26.1 C
Bhubaneswar
Thursday, March 26, 2026
Homeଓଡିଶାପୋଲିସ ଅଫିସରଙ୍କୁ ୫ ଲକ୍ଷ ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଲେ ରାଜ୍ୟ ମାନବାଧିକାର କମିଶନ

ପୋଲିସ ଅଫିସରଙ୍କୁ ୫ ଲକ୍ଷ ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଲେ ରାଜ୍ୟ ମାନବାଧିକାର କମିଶନ

ଭୁବନେଶ୍ୱର : ପୋଲିସ ଅଫିସରଙ୍କୁ ରାଜ୍ୟ ମାନବାଧିକାର କମିଶନଙ୍କ ଛାଟ । ପୂର୍ବତନ ବଡଚଣା ଥାନା ଆଇଆଇସି ଦୀପକ ଜେନା ଓ ଏସଆଇ ସହିଦ ଖାନଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କମିଶନ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ, ଜଣେ ପୋଲିସ ଅଧିକାରୀ କିଭଳି ବେଆଇନ୍ ଭାବରେ ଜଣେ ନିର୍ଦ୍ଦୋଷକୁ ଦୋଷୀ ସଜାଇ ଦେଲେ । ଏପରିକି ବ୍ୟବସାୟିକ ଶତ୍ରୁତାକୁ ନେଇ ମିଛ ମାମଲା ରୁଜୁ କରିଥିଲେ ।

ସୂଚନା ଅନୁଯାୟୀ, ଯେଉଁ ତାରିଖରେ ଆଇଆଇସି ଜଣଙ୍କ ମାମଲା ରୁଜୁ କରିଥିଲେ ସେତେବେଳକୁ ଭୁବନେଶ୍ବରର ବ୍ୟବସାୟୀ ଏସ୍ ରଞ୍ଜନ ରାଜୁ ଓଡିଶାରେ ନୁହଁ ବରଂ ଦୁବାଇରେ ଥିଲେ । ଦୁବାଇରେ ଥିବା ଜଣେ ବ୍ୟକ୍ତି ବଡଚଣା ଅଞ୍ଚଳରେ କିଭଳି ଅପରାଧ ଘଟାଇପାରିବ ବୋଲି ପ୍ରଶ୍ନ ଉଠାଇଛନ୍ତି ରାଜୁଙ୍କ ଓକିଲ ଚିତ୍ତରଞ୍ଜନ ଦାସ । ଶ୍ରୀ ଦାସ କହିଛନ୍ତି, ୫ ଲକ୍ଷ ନୁହେଁ ବରଂ କ୍ଷତିପୂରଣ ବାବଦକୁ ୫ କୋଟି ଦେଲେ ବି କମ୍ ପଡିବ । ଏହି ଘଟଣାକୁ ଉପର କୋର୍ଟକୁ ନିଆଯିବ ଏବଂ ରାଜୁଙ୍କୁ ନ୍ୟାୟ ମିଳିବ । ପୋଲିସ ଅଫିସର ଦୀପକ ଜେନା ଜବତ ହୋଇଥିବା ଗାଡିରେ କୋଭିଡ୍ ବେଳେ ଶ୍ରୀମନ୍ଦିର ଯାଇଥିଲେ । ଏହାପରେ ସିଂହଦ୍ବାର ଥାନାରେ ମାମଲା ରୁଜୁ ହୋଇଥଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking