27.1 C
Bhubaneswar
Saturday, March 15, 2025
Homeଓଡିଶାରାଜ୍ୟ ସରକାରଙ୍କ ଆର୍ଥୀକ ପରିଚାଳନା ନିରୁତ୍ସାଜନକ: ବିଜେଡି

ରାଜ୍ୟ ସରକାରଙ୍କ ଆର୍ଥୀକ ପରିଚାଳନା ନିରୁତ୍ସାଜନକ: ବିଜେଡି

– ୯ ମାସ ପ୍ରଦର୍ଶନକୁ ତର୍ଜମା କଲେ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲଠାରୁ ବହୁତ ଦୂରରେ ଓଡିଶା
– ସରକାରଙ୍କ ଅପାରଗତା ଲାଗି ୫୦% ଛୁଇଁପାରିନାହିଁ ଗୁରୁତ୍ୱପୂର୍ଣ୍ଣ ବିଭାଗର ବ୍ୟୟ ବରାଦ ଖର୍ଚ୍ଚ
– ଆର୍ଥୀକ ସଂସ୍କାରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଓଡିଶା ଆଜି ଋଣ ଉପରେ ନିର୍ଭର

ଭୁବନେଶ୍ୱର: ୨୦୨୫-୨୬ ଆର୍ଥୀକ ବର୍ଷ ପାଇଁ ରାଜ୍ୟ ବଜେଟରେ ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ ୨୦୩୬ ସୁଦ୍ଧା ଓଡ଼ିଶାର ୫୦୦ ବିଲିଅନ ଡଲାର ଅର୍ଥନୀତିରେ ପରିଣତ କରିବା ସହିତ ବିକଶିତ ଓଡିଶା ଗଠନର ସ୍ୱପ୍ନ ପୂରଣ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। କିନ୍ତୁ, ରାଜ୍ୟ ସରକାରଙ୍କ ଗତ ୯ ମାସର ପ୍ରଦର୍ଶନ ନିରୁତ୍ସାଜନକ ଏବଂ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲଠାରୁ ବହୁତ ଦୂରରେ ବୋଲି ଆଜି ଶଙ୍ଖ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଧାୟକ ଶ୍ରୀ ନିରଞ୍ଜନ ପୂଜାରୀ ଓ ରାଜ୍ୟସଭା ସାଂସଦ ଡ଼ ସସ୍ମିତ ପାତ୍ର। ଶ୍ରୀ ପୂଜାରୀ କହିଥିଲେ ଯେ, ସରକାରୀ ତଥ୍ୟ ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷର ବଜେଟରେ ବିଭିନ୍ନ ବିଭାଗ ପାଇଁ କରାଯାଇଥିବା ବ୍ୟୟ ବରାଦ ଅର୍ଥର ସିଂହ ଭାଗ ଖର୍ଚ୍ଚ ହୋଇ ପାରିନାହିଁ। ଗୁରୁତ୍ୱପୂର୍ଣ୍ଣ ବିଭାଗ ଯଥା, ପଞ୍ଚାୟତିରାଜ, ପିଇବା ପାଣି, ପରିବହନ, ଗୃହ ଓ ନଗର ଉନ୍ନୟନ ଇତ୍ୟାଦି ବିଭାଗ ଗୁଡିକରେ ବ୍ୟୟ ବରାଦ ହୋଇଥିବା ଅର୍ଥରୁ ଜାନୁଆରୀ ମାସ ଶେଷ ସୁଦ୍ଧା ୫୦ % ଖର୍ଚ୍ଚ ହୋଇ ପାରିନାହିଁ। ସେହିପରି, ମିଶନ ଶକ୍ତି, ବିପର୍ଯ୍ୟୟ ପରିଚାଳନା, କ୍ରୀଡା ଓ ଯୁବ ବ୍ୟାପାର ଇତ୍ୟାଦି ବିଭାଗରେ ଜାନୁଆରୀ ମାସ ଶେଷ ସୁଦ୍ଧା ବ୍ୟୟ ବରାଦ ଅର୍ଥରୁ ମାତ୍ର ୩୦% ଖର୍ଚ୍ଚ ହୋଇ ପାରିଛି।

ରାଜ୍ୟରେ ଓଡ଼ିଆ ଅସ୍ମିତାର ନାରା ଦେଇ ବିଜେପି କ୍ଷମତାକୁ ଆସିଥିବା ବେଳେ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗରେ ବଜେଟ ଖର୍ଚ୍ଚ ମାତ୍ର ୨୭.୧ % ହୋଇଛି। ବ୍ୟୟ ବରାଦ ଅର୍ଥର ସିଂହ ଭାଗ ଖର୍ଚ୍ଚ ନକରି ପାରିବା, ରାଜ୍ୟ ବିଜେପି ସରକାରଙ୍କ ଅପାରଗତାକୁ ଦର୍ଶାଉଛି। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତି ମାସରେ ପ୍ରକାଶିତ ହେଉଥିବା ଆର୍ଥୀକ ପରିଚାଳନା ରିପୋର୍ଟ, ଗତ ୯ ମାସ ଧରି ପ୍ରକାଶ କରାନଯିବା, ସରକାରଙ୍କ ଆର୍ଥୀକ ପରିଚାଳନାରେ ବିଫଳତାର ଆଉ ଏକ ଉଦାହରଣ। ସାଂସଦ ଡ଼ ପାତ୍ର କହିଥିଲେ ଯେ, ଗତ ୯ମାସରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଦୁଇଟି ବଜେଟରେ ରାଜ୍ୟର ଋଣ ଭାର ଅହେତୁକ ଭାବେ ବୃଦ୍ଧି ପାଇଛି। ୨୦୨୪-୨୫ରେ ୩୪, ୪୯୫ କୋଟି ଟଙ୍କା ଋଣ ପାଇଁ ପ୍ରସ୍ତାବ ଦେଇଥିଲା ବେଳେ ୨୦୨୫-୨୬ ବର୍ଷରେ ୪୬, ୪୦୦ କୋଟି ଟଙ୍କା ଋଣ ପାଇଁ ପ୍ରସ୍ତାବ ରଖିଛନ୍ତି। ନୀତି ଆୟୋଗଙ୍କ ଦ୍ୱାରା ପ୍ରକାଶିତ ଆର୍ଥୀକ ସ୍ୱାସ୍ଥ୍ୟ ସୂଚକାଙ୍କରେ ଓଡିଶା ବିତ୍ତୀୟ ଶୃଙ୍ଖଳା କ୍ଷେତ୍ରରେ ଦେଶର ପ୍ରଥମ ସ୍ଥାନ ହାସଲ କରିଥିଲା ଏବଂ ୨୦୨୦ ରୁ ୨୦୨୪ ମସିହା ମଧ୍ୟରେ ଓଡିଶା ଆର୍ଥୀକ ସଂସ୍କାର ଆଣିବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ୨୦୦୦ ମସିହା ବେଳକୁ ଓଡ଼ିଶାର ଋଣ ଓ ଜିଏସଡିପି ଅନୁପାତ ସର୍ବାଧିକ ସ୍ତରରେ ଥିବା ବେଳେ ୨୦୨୪ ବେଳକୁ ଦେଶର ସମସ୍ତ ରାଜ୍ୟ ମାନଙ୍କ ଭିତରେ ସର୍ବନିମ୍ନ ସ୍ତରକୁ ଖସି ଆସିଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତମ ଅର୍ଥନୀତି ପରିଚାଳନା ଯୋଗୁ ଓଡଶି । ଏହି ଉପଲବ୍ôଧ ହାସଲ କରିପାରିଥିଲା ବୋଲି ସାଂସଦ ଡ଼ ପାତ୍ର କହିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking