28.1 C
Bhubaneswar
Monday, February 9, 2026
Homeଓଡିଶାରାଜ୍ୟରେ ହଇଜା ନ ବ୍ୟାପିବା ପାଇଁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ : ଯୁବ...

ରାଜ୍ୟରେ ହଇଜା ନ ବ୍ୟାପିବା ପାଇଁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ : ଯୁବ କଂଗ୍ରେସ

ଭୁବନେଶ୍ୱର: ହଇଜାରେ ଚିହ୍ନଟ ମାମଲା ଏବଂ ଡାଇରିଆ ବ୍ୟାପୁଥିବା  ସମୟରେ ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ବିଭାଗ ଏବେ ଚୁପ୍ ବସିଛି। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଉପର ଠାଉରିଆ ଭାବେ ଆଜି ଯାଜପୁର ଜିଲ୍ଲା ଗସ୍ତ କରି ତାଙ୍କର ପାରିବା ପଣିଆ ଦେଖାଇଛନ୍ତି। ଆଜକୁ ପାଖାପାଖି ୭ ଦିନରୁ ଉର୍ଦ୍ଧ ଏହି ରୋଗ ବ୍ୟାପିଯାଇଥିବାର ଜଣାପଡ଼ିଥିଲେ ମଧ୍ୟ ଆଜି ସ୍ୱାସ୍ଥ୍ୟମନ୍ତ୍ରୀଙ୍କର ରୋଗୀମାନଙ୍କର ସ୍ୱାସ୍ଥ୍ୟଅବସ୍ଥା ବିଷୟରେ ମନେପଡ଼ିଲା ବୋଲି ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଶ୍ରୀ ସୁଦିପ ସାମଲ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି।

ଶ୍ରୀ ସାମଲ ଏହି ବିଜ୍ଞପ୍ତି ମାଧ୍ୟମରେ ଆହୁରି ମଧ୍ୟ କହିଛନ୍ତି ଯାଜପୁର ଜିଲ୍ଲାରେ ପାଖାପାଖି ୧୦ ରୁ ଉର୍ଦ୍ଧ୍ୱ ଏହି ରୋଗରେ ଜୀବନ ହାରିଥିବାବେଳେ ଶତାଧିକ ଲୋକ ପ୍ରଭାବିତ ଅଛନ୍ତି। ଯଦି ରାଜ୍ୟ ସରକାର ଏହି ଦିଗରେ ପୂର୍ବରୁ ଧ୍ୟାନ ଦେଇଥାନ୍ତେ ତାହାଲେ ଆଜି ଏଭଳି ପରିସ୍ଥିତି ଉପୁଜିନଥାନ୍ତା। ରାଜ୍ୟର ଭଦ୍ରକ, କେନ୍ଦୁଝର, କଟକ, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ଭଳି ଜିଲ୍ଲାରେ ଝାଡାବାନ୍ତିର ପରିସ୍ଥିତି ସୃଷ୍ଟି ହୋଇଗଲାଣି। ରାଜ୍ୟ ସରକାର ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ବାଃ ବାଃ ନେବାର ଡିଣ୍ଡିମ ପିଟୁଥିବାବେଳେ ଆଜିର ଦିନରେ ହଇଜା ଭଳି ରୋଗ ରାଜ୍ୟ ଭିତରେ ବ୍ୟାପି ରହୁଛି। ରାଜ୍ୟ ସରକାରଙ୍କ ତରଫରୁ ସ୍ପଷ୍ଟିକରଣ ଦିଆଯାଉ ଏଭଳି ପରିସ୍ଥିତି କାହିଁକି ଆସିଲା। କେଉଁପରି ଭାବରେ ଏହି ରୋଗ ନ ବ୍ୟାପିବ ଏବଂ ବ୍ୟାପିଯାଇଥିବା ଜିଲ୍ଲା ମାନଙ୍କରେ ତୁରନ୍ତ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗକୁ ପଠାଇ ଏହା ଉପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ। କେନ୍ଦ୍ରୀୟ ଟିମ୍ ଆସିଛନ୍ତି ବୋଲି ରାଜ୍ୟ ସରକାର ଜଣାଇଛନ୍ତି, ଏଥିରୁ ଜଣାପଡ଼ୁଛି ଯେ, ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର। ଆଜିର ଦିନରେ ଆମ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ଅପରାଗ ବୋଲି ରାଜ୍ୟ ସରକାର ପ୍ରମାଣିତ କରିଛନ୍ତି ବୋଲି ଶ୍ରୀ ସାମଲ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking