21.1 C
Bhubaneswar
Thursday, December 18, 2025
Homeଓଡିଶାଆକର୍ଷଣୀୟ ଧର୍ମୀୟ ପର୍ଯ୍ୟଟନ କ୍ଷେତ୍ର ଭାବରେ ମା’ଭଗବତୀଙ୍କ ପୀଠକୁ ପ୍ରତିଷ୍ଠିତ କରିବା ପାଇଁ ରାଜ୍ୟ ସରକାର...

ଆକର୍ଷଣୀୟ ଧର୍ମୀୟ ପର୍ଯ୍ୟଟନ କ୍ଷେତ୍ର ଭାବରେ ମା’ଭଗବତୀଙ୍କ ପୀଠକୁ ପ୍ରତିଷ୍ଠିତ କରିବା ପାଇଁ ରାଜ୍ୟ ସରକାର ବଦ୍ଧପରିକର : ମନ୍ତ୍ରୀ ଶ୍ରୀ ହରିଚନ୍ଦନ

ଭୁବନେଶ୍ୱର : ବାଣପୁରର ଅଧିଷ୍ଠାତ୍ରୀ ଦେବା ମା’ଭଗବତୀଙ୍କ ପୀଠର ସର୍ବାଙ୍ଗୀନ ବିକାଶ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷତା କରି ଆଇନ, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ ନବମ ଶତାବ୍ଦୀରେ ନିର୍ମିତ ଏହି ପୀଠର ବିକାଶ କରି ଏହାକୁ ଏକ ଆକର୍ଷଣୀୟ ଧର୍ମୀୟ ପର୍ଯ୍ୟଟନ କ୍ଷେତ୍ର ଭାବରେ ପ୍ରତିଷ୍ଠିତ କରିବା ପାଇଁ ରାଜ୍ୟ ସରକାର ବଦ୍ଧପରିକର । ପୀଠରେ ଥିବା ସିଂହଦ୍ୱାରଠାରୁ ଆରମ୍ଭ କରି ପରିକ୍ରମା, ଘାଟ, ନାଟମଣ୍ଡପର ବାହ୍ୟ ଆବରଣ, ସିଂହଦ୍ୱାରର ଉନ୍ନତୀକରଣ ଏବଂ ଦୋଳବେଦୀ ନିର୍ମାଣ ସହିତ ବହୁମୁଖୀ ହଲ୍‌, ରାସ୍ତା ଓ ନଦୀଘାଟ ଆଦିର ବିକାଶ ଉପରେ ସ୍ୱ୍‌ତନ୍ତ୍ର ଧ୍ୟାନ ଦିଆଯାଇଛି । ମନ୍ଦିରର ବହୁ ପୁରୁଣା ଐତିହ୍ୟକୁ ସଂରକ୍ଷଣ କରିବା ସହ ଏହାକୁ ଏକ ଜୀବନ୍ତ ଆଧ୍ୟାତ୍ମିକ ଓ ସାଂସ୍କୃତିକ କେନ୍ଦ୍ରରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପ୍ରକାଶ କରିଥିଲେ । ବୈଠକରେ ଐତିହ କୀର୍ତ୍ତିରାଜୀର ସମନ୍ୱିତ ବିକାଶ ଓ ପର୍ଯ୍ୟଟନସ୍ଥଳୀ ଯୋଜନା ଅଧୀନରେ ମନ୍ଦିର ପରିସର ଓ ଚତୁଃପାଶ୍ୱର୍ ସହ ପାରିପାଶ୍ୱର୍କ ଅଞ୍ଚଳର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମନ୍ଦିରର ନିରାପତ୍ତା, ସୁରକ୍ଷା ଏବଂ ଜଳ ନିଷ୍କାସନ ପ୍ରଣାଳୀକୁ ସମନ୍ୱିିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ରାଜ୍ୟ ଦେବୋତ୍ତର ଆୟୁକ୍ତ ଶ୍ରୀ ଲଲାଟେନ୍ଦୁ ଜେନା, ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଚଞ୍ଚଲ ରଣା, ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ ) ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପଜିଲ୍ଲାପାଳ ଶ୍ରୀ କିଶୋର କୁମାର ପଣ୍ଡା, ରାଜ୍ୟ ପ୍ରନିତତ୍ତ୍ୱ ବିଭାଗ ଅଧିକାରୀ ଶ୍ରୀ ଅଶ୍ୱିନୀ ଶତପଥୀ, ଓଡ଼ିଶା ସେତୁ ଓ ନିର୍ମାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସମୀର ହୋତା, ଓବିସିସି ଉପଦେଷ୍ଟା ଶ୍ରୀ ଜୟ କୃଷ୍ଣ ଦାସ, ବାଣପୁରର ବିଡ଼ିଓ ଶ୍ରୀମତୀ ଶୀତଲ ଅଗ୍ରୱାଲ, ବାଣପୁର ତହସିଲଦାର ଶ୍ରୀ ପଦ୍ମନାଭ ଦୋରା, ବାଣପୁରର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ମିଟୁ ନାୟକ, ଶ୍ରୀଶ୍ରୀଦକ୍ଷେଶ୍ୱର ଭଗବତୀ ଦେବୋତ୍ତର କାର୍ଯ୍ୟାଳୟର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବାଳମୁକୁନ୍ଦ ଦାସଙ୍କ ସହ ବିଭାଗୀୟ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking