19.1 C
Bhubaneswar
Friday, December 19, 2025
Homeଓଡିଶାବଳଙ୍ଗା ପୀଡିତା ଙ୍କୁ ୧ କୋଟି ଟଙ୍କା ସହାୟତା ଘୋଷଣା କରୁ ରାଜ୍ୟସରକାର: ବିଦ୍ୟାଧର ମହାନ୍ତି...

ବଳଙ୍ଗା ପୀଡିତା ଙ୍କୁ ୧ କୋଟି ଟଙ୍କା ସହାୟତା ଘୋଷଣା କରୁ ରାଜ୍ୟସରକାର: ବିଦ୍ୟାଧର ମହାନ୍ତି କଂଗ୍ରେସ ନେତା

ଯାଜପୁର: ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଧୀନରେ ଥିବା ବାଇଆବର ଗ୍ରାମର ଜୈନିକ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟ ଛାତ୍ରୀଙ୍କୁ ଗତକାଲି ସକାଳ ୯ ଘଣ୍ଟା ସମୟରେ ନିଜ ଗାଁ ରାସ୍ତାରେ ଯାଉଥିବା ବେଳେ ମୋଟରସାଇକେଲ ଦ୍ୱାରା ୩ ଜଣ ଦୁର୍ବୁତ୍ତ ଆସି ଝିଅଟିକୁ ରୁମାଲ ଦ୍ୱାରା ମୁହଁ ବନ୍ଦ କରି ଭାର୍ଗବୀନଦୀ ତଟତଳକୁ ଟେକିନେଇ କିରୋସିନ ପକାଇ ଜଳାଇ ମାରିଦେବା ଘଟଣା ସମଗ୍ର ରାଜ୍ୟବାସୀଙ୍କୁ ମର୍ମାହତ କରିଛି। ଏହି ଜଘନ୍ୟ କାର୍ଯ୍ୟକୁ ରାଜ୍ୟ ଅଣସଂଗଠିତ ଶ୍ରମିକ ଓ କର୍ମଚାରୀ କଂଗ୍ରେସ ର ଅଧକ୍ଷ ବିଦ୍ୟାଧର ମହାନ୍ତି ଦୃଢ଼ ନିନ୍ଦା କରିଛନ୍ତି। ରାଜ୍ୟରେ ୧୩ ମାସ ର ବି ଜେ ପି ସରକାର ଶାସନ ମଧ୍ୟରେ ସମଗ୍ର ରାଜ୍ୟରେ ମହିଳା ମାନେ ନିଜକୁ ଅସୁରକ୍ଷିତ ଭାବୁଛନ୍ତି, ଯାହା ବଳଙ୍ଗା ଘଟଣା ଅଧିକ ଭୟଭୀତ କରିଛି। କହିବାକୁ ଗଲେ, ଗୋପାଳପୁର, ଧରାକୋଟ, ହରିଚନ୍ଦନପୁର, ଜିଏମ କଲେଜ, ଏଫଏମ କଲେଜ ଘଟଣାର ନିଆଁ ନଲିଭିଣୁ କାଲିର ବଳଙ୍ଗା ଝିଅଟିକୁ ନିଆଁ ଲଗାଇବା ସମଗ୍ର ନାରୀସମାଜ ଏ ସରକାର ଉପରୁ ବିଶ୍ୱାସ ହରାଛି।

ସରକାରୀ କଳ ଓ ଆଇନ ବ୍ୟବସ୍ଥା ବିଳମ୍ଭ ଯୋଗୁ ଅପରାଧୀ ମାନେ ଅପରାଧ କରିବାକୁ ପଛାଉ ନାହାନ୍ତି। ଏପରିକି ବିଜେପି ସରକାର ଆସିବା ଦିନରୁ ମହିଳା କମିଶନ ବୋର୍ଡ଼ ଗଠନ ନହେବା ସରକାର ଙ୍କ ଅପାରଗତା ବୋଲି ଶ୍ରୀ ମହାନ୍ତି ସମାଲୋଚନା କରିଛନ୍ତି। ପରିତାପର ବିଷୟ କାଲି ଏମସ ମେଡିକାଲ ରେ ପୀଡିତା କୁ ଦେଖାକରିବାକୁ ଯାଇଥିବା କଂଗ୍ରେସ ବିଜେଡ଼ି ବିଧାୟକମାନଙ୍କୁ ଦେଖାକରିବାକୁ ପୋଲିସ ଅନୁମତି ଦେଇନଥିବା ବେଳେ କିପରି ବିଜେପି ନେତା ମାନେ ଦେଖା କଲେ ଏହା ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠୁଥିବାବେଳେ ଶେଷରେ ସରକାର ଚତୁରତାର ଶହ ଦିଲ୍ଲୀ ଏମସ କୁ ଐର ଲିଫ୍ଟ କରି ହାତ ବାନ୍ଧି ବସିଗଲେ ଘଟଣା କୁ ୩୦ ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସ ଟେର ନପାଇବା ଦୁର୍ଭାଗ୍ୟ ଅଟେ। ଏ ସମସ୍ତ ଘଟଣା ପାଇଁ ବିଭାଗୀୟ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଙ୍କ ନିଜ ନିର୍ବାଚନ ମଣ୍ଡଳୀ ହୋଇ ଥିବାରୁ ନିଜର ଅପାରଗତା ଯୋଗୁ ତୁରନ୍ତ ଇସ୍ତଫା ଦେବା ସହ ପୀଡିତା ଙ୍କ ପାଇଁ ୧ କୋଟି ଟଙ୍କା ସହାୟତା ଘୋଷଣା କରିବାକୁ ଶ୍ରୀ ମହାନ୍ତି ମୁଖ୍ୟମନ୍ତ୍ରୀ ଙ୍କ ଠାରେ ଦାବି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking