23.1 C
Bhubaneswar
Saturday, February 14, 2026
Homeଓଡିଶାଆଜି ରାଜ୍ୟ କ୍ୟାବିନେଟ ମିଟିଂ

ଆଜି ରାଜ୍ୟ କ୍ୟାବିନେଟ ମିଟିଂ

ଭୁବନେଶ୍ୱର : ବୁଧବାର ରାଜ୍ୟରେ ନବଗଠିତ ବିଜେପି ସରକାରର ଦ୍ୱିତୀୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଆଗାମୀ ୨୫ ତାରିଖରେ ରାଜ୍ୟ ବଜେଟ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଆଜି ଅନୁଷ୍ଠିତ ହେବାକୁ ଥିବା ବୈଠକ ବେଶ୍‌‌ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ବୈଠକରେ କୃଷି, ଜଳସମ୍ପଦ, ଯୋଜନା ଓ ସଂଯୋଜନ, ଆଇନ, ପୂର୍ତ୍ତ ବିଭାଗ ସମ୍ପର୍କିତ କେତେଗୁଡ଼ିଏ ନିଷ୍ପତ୍ତି ନିଆଯାଇପାରେ। ସେହିପରି ଗତ ଜୁନ୍‌‌ ୧୯ ତାରିଖରେ ହାଇକୋର୍ଟରେ ରାଜ୍ୟ ସରକାର ଜଷ୍ଟିସ ରଘୁବୀର ଦାସ କମିଶନ ରିପୋର୍ଟ କ୍ୟାବିନେଟ ବୈଠକରେ ଉପସ୍ଥାପନ କରିବା ନେଇ ସତ୍ୟପାଠ ଦାଖଲ କରିଥିଲେ। ଏହି ପ୍ରରିପ୍ରେକ୍ଷୀରେ ବୈଠକ ଉପରେ ସମସ୍ତଙ୍କ ନଜର ରହିଛି। ଗତ ଜୁନ୍‌‌ ୧୨ ତାରିଖରେ ମୋହନ ସରକାର ଶପଥ ଗ୍ରହଣ ଦିନ ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲା, ଶ୍ରୀମନ୍ଦିର ପାଇଁ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ, ରାଜ୍ୟରେ ସମୃଦ୍ଧ କୃଷକ ନୀତି ଅଧିନରେ ଧାନର ଏମଏସପି ୩୧୦୦ଟଙ୍କାକୁ ବୃଦ୍ଧି ଏବଂ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ପ୍ରଦାନ ନେଇ ନିଷ୍ପତ୍ତି ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking