ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ଅନେକ ନିଷ୍ପତ୍ତି ନେବେ ସରକାର । ସନ୍ଧ୍ୟା ୭ଟା ୩୦ରେ ଲୋକସେବା ଭବନରେ ବୈଠକ ବସିବ । ଏଥିରେ ୫ଟି ପ୍ରସ୍ତାବ ଉପରେ ବାଜିପାରେ ମୋହର । ରାଜସ୍ୱ, ପୂର୍ତ୍ତ, ବାଣିଜ୍ୟ ଏବଂ ପରିବହନ , ଜଳ ସମ୍ପଦ ବିଭାଗର ପ୍ରସ୍ତାବ ଉପରେ ମୋହର ବାଜିପାରେ ।










