19.1 C
Bhubaneswar
Friday, December 5, 2025
Homeଓଡିଶାରାଜ୍ୟ ବିଜେପିର ନୂଆ ପଦାଧିକାରୀ ତାଲିକା ଘୋଷଣା

ରାଜ୍ୟ ବିଜେପିର ନୂଆ ପଦାଧିକାରୀ ତାଲିକା ଘୋଷଣା

ଭୁବନେଶ୍ୱର: ଘୋଷଣା ହେଲା ବିଜେପି ରାଜ୍ୟ ପଦାଧିକାରୀ । ରାଜ୍ୟ ବିଜେପିର ନୂଆ ପଦାଧିକାରୀ ତାଲିକା ଘୋଷଣା କରାଯାଇଛି ।  ୧୦ ଉପସଭାପତି, ୪ ସାଧାରଣ ସମ୍ପାଦକ, ୧୦ ସମ୍ପାଦକଙ୍କ ନାଁ ଘୋଷଣା କରାଯାଇଛି । ଉପସଭାପତି ତାଲିକାରେ  ଯତୀନ  ମହାନ୍ତି, ଅଶୋକ ମହାନ୍ତି, କୁସୁମ ଟେଟେ, ରମେଶ ଚନ୍ଦ୍ର ସାହୁ, କେ ନାରାୟଣ ରାଓ, ଶିବାଜୀ ମହାନ୍ତି , ଭବେନ୍ଦ୍ର ପଣ୍ଡା ।  ସିପ୍ରା ବାଜପେୟୀ, ସୁଦର୍ଶନ, ବିଷ୍ଣୁ ଦାସଙ୍କୁ ଉପସଭାପତି ଦାୟିତ୍ୱ ମିଳିଛି । ସାଧାରଣ ସମ୍ପାଦକ ତାଲିକାରେ ବିରଞ୍ଚି ତ୍ରିପାଠୀ, ଶାରଦା ପ୍ରସାଦ ଶତପଥୀ, ସୀମାଞ୍ଚଳ ଖଟେଇ, ପୂର୍ଣ୍ଣିମା ପ୍ରୀୟଦର୍ଶନୀ ନାୟକଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ୱ ମିଳିଛି । ସମ୍ପାଦକ – ସରୋଜ କୁମାର କର, କାଳନ୍ଦୀ ସାମଲ, ସ୍ମୃତି ପଟ୍ଟନାୟକ । ପ୍ରୀତି ପ୍ରତିଭା ଭୋଳ, ଭଗବାନ ମହାନ୍ତି, ପିଙ୍କି ପ୍ରଧାନ, ରାମଚନ୍ଦ୍ର ହାଂସଦା, ମମତା ସିଂ, ପୃଥ୍ୱୀରାଜ ମହାପାତ୍ର, ସ୍ମିତା ପ୍ରଧାନଙ୍କୁ ସମ୍ପାଦକ ଦାୟିତ୍ୱ ମିଳିଛି ।  ଅଜୟ ଅଗ୍ରୱାଲ କୋଷାଧ୍ୟକ୍ଷ, ଦିବାକର ହରିଚନ୍ଦନ – ଯୁଗ୍ମ କୋଷାଧ୍ୟକ୍ଷ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking