30.6 C
Bhubaneswar
Monday, May 19, 2025
Homeଓଡିଶାଯୁବ ଉଦ୍ୟୋଗୀଙ୍କୁ ଉତ୍ସାହିତ କରିବା ନିମନ୍ତେ ସୋଆରେ ଷ୍ଟାର୍ଟ-ଅପ୍ କନ୍‌କ୍ଲେଭ୍ ‘ଇମ୍ପଲ୍ସ’ ଆୟୋଜିତ

ଯୁବ ଉଦ୍ୟୋଗୀଙ୍କୁ ଉତ୍ସାହିତ କରିବା ନିମନ୍ତେ ସୋଆରେ ଷ୍ଟାର୍ଟ-ଅପ୍ କନ୍‌କ୍ଲେଭ୍ ‘ଇମ୍ପଲ୍ସ’ ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡି ଟୁ ବି ବିଶ୍ୱବିଦ୍ୟାଳୟ ଏବଂ ଷ୍ଟାର୍ଟ-ଅପ୍ ଓଡ଼ିଶାର ମିଳିତ ସହଯୋଗରେ ମଙ୍ଗଳବାର ବିଶ୍ୱବିଦ୍ୟାଳୟ ପରିସିରରେ ଏକ ଦିବସୀୟ କନ୍‌କ୍ଲେଭ୍ ‘ଇମ୍ପଲ୍ସ’ ଆୟୋଜିତ ହୋଇଯାଇଛି। ଏଥିରେ ଯୁବ ଉଦ୍ୟୋଗୀ, ଷ୍ଟାର୍ଟ-ଅପ୍ ବିଶେଷଜ୍ଞ ଓ ସରକାରୀ ପ୍ରତିନିଧି ଯୋଗ ଦେଇ ଷ୍ଟାର୍ଟ-ଅପ୍ ସମ୍ପର୍କିତ ଅଭିନବ ଦିଗ ବିଷୟରେ ଆଲୋଚନା କରିଥିଲେ।

ଆୟୋଜିତ ସମ୍ମିଳନୀରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉଦ୍ୟୋଗକୁ ନେଇ ଆଗ୍ରହ ସୃଷ୍ଟି କରିବା ନିମନ୍ତେ ବିଶ୍ୱବିଦ୍ୟାଳୟଗୁଡ଼ିକର ପ୍ରମୁଖ ଭୂମିକା ରହିଛି ବୋଲି କହିଥିଲେ। ସେହିପରି ବିଭିନ୍ନ ପର୍ଯ୍ୟାୟରେ ବିଶେଷଜ୍ଞମାନେ ଷ୍ଟାର୍ଟ-ଅପ୍‌କୁ ନେଇ ସରକାରୀ ଆର୍ଥିକ ସୁଯୋଗ, ଛାତ୍ରଛାତ୍ରୀମାନଙ୍କ ଭାବନାକୁ ନେଇ ଷ୍ଟାର୍ଟ-ଅପ୍ ଆରମ୍ଭ କରିବା ତଥା ଏହାର ବ୍ୟବସାୟିକ ଦିଗକୁ ପ୍ରୋତ୍ସାହିତ କରିବା ବିଷୟରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ‘ବ୍ରିଜିଙ୍ଗ ଦ ଗ୍ୟାପ୍‌: ଷ୍ଟାର୍ଟ-ଅପ୍ସ, ଇନ୍‌କ୍ୟୁବେଟର୍ସ ଆଣ୍ଡ ଫଣ୍ଡିଙ୍ଗ୍‌- ଦ ଓଡ଼ିଶା ଇକୋ ସିଷ୍ଟମ୍ ଆଡ୍‌ଭାନ୍‌ଟେଜ୍‌’ ଶୀର୍ଷକ ଆଲୋଚନାରେ ଶିକ୍ଷା, ସରକାରୀ ଓ ଶିଳ୍ପ କ୍ଷେତ୍ରର ନେତୃବର୍ଗ ସାମିଲ ହୋଇଥିଲେ। ଏହି ଆଲୋଚନାକୁ ସୋଆର ସେଂଟର ଫର୍ ଇନୋଭେସନ୍ ଆଣ୍ଡ ଇନ୍‌କ୍ୟୁବେସନ୍ (ସୋଆ-ସିଆଇଆଇ)ର ଡେପୁଟି ଜେନେରାଲ ମ୍ୟାନେଜର ଶ୍ରୀ ରାଜୀବ କୁମାର ପରିଚାଳନା କରିଥିଲେ। ଆଲୋଚନାରେ ଷ୍ଟାର୍ଟ -ଅପ୍ ଓଡ଼ିଶା ପକ୍ଷରୁ ଶ୍ରୀ ଶିବାଙ୍କିତ ଦାସ, ନ୍ୟାସ୍‌ନାଲ୍ ରିସର୍ଚ୍ଚ ଡେଭଲପ୍‌ମେଂଟ କର୍ପୋରେସନ୍ (ଏନ୍‌ଆର୍‌ଡିସି)ର ଶ୍ରୀମତି ଶ୍ରୀ ସୁଧା, ପ୍ଲାନ୍‌ଟେରୀରୁ ଶ୍ରୀ ଅଭିଷେକ ମହାପାତ୍ର, ଆଇଆଇଟି-ଭୁବନେଶ୍ୱରର ଶ୍ରୀ ଶକ୍ତିସ୍ୱରୂପ ପତି ଏବଂ ସୋଆର ପ୍ରଫେସର ପ୍ରଭାତ କୁମାର ଷଢ଼ଙ୍ଗୀ ସାମିଲ ହୋଇଥିଲେ। ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ୧୧ଟି ଟିମ୍ ସେମାନଙ୍କର ଅଭିନବ ଜ୍ଞାନକୌଶଳକୁ ଏକ ପ୍ରତିଯୋଗିତା ମାଧ୍ୟମରେ ପ୍ରଦର୍ଶନ କରିଥିଲେ ଯାହା ବିଚାରକମାନଙ୍କ ଦ୍ୱାରା ମୂଲ୍ୟାଙ୍କିତ ହୋଇଥିଲା।

କାର୍ଯ୍ୟକ୍ରମର ଆରମ୍ଭରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସର ଡିନ୍ ପ୍ରପେସର ସନ୍ତୋଷ କୁମାର ରାଉତ ବକ୍ତବ୍ୟ ରଖିଥିଲେ। ସେହିପରି ଅଟଳ ଇନ୍‌କ୍ୟୁବେସନ୍ ସେଂଟର – ସୋଆ ଫାଉଣ୍ଡେସନ୍‌ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ଭୁବନେଶ୍ୱର ସ୍ଥିତ ସଫ୍ଟୱେୟର ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ (ଏସ୍‌ଟିପିଆଇ)ର ନିର୍ଦ୍ଦେଶକ ଶ୍ରୀ ସୂର୍ଯ୍ୟକୁମାର ପଟ୍ଟନାୟକ ଏବଂ ଆଇଆଇଟି-ଭୁବନେଶ୍ୱରର ପ୍ରଫେସର ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ଏଆଇସି – ସୋଆ ଫାଉଣ୍ଡେସନ୍ ଏବଂ ଆଇଆଇଟି-ଭୁବନେଶ୍ୱରର ରିସର୍ଚ୍ଚ ଆଣ୍ଡ ଏନ୍‌ଟ୍ରୋପ୍ରେନ୍ୟୁଅରସିପ୍ ପାର୍କ ମଧ୍ୟମରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା। ଏଆଇସି –ସୋଆ ଫାଉଣ୍ଡେସନ୍‌ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ଏବଂ ଆଇଆଇଟି-ଭୁବନେଶ୍ୱରର ରିସର୍ଚ୍ଚ ଆଣ୍ଡ ଏନ୍‌ଟ୍ରୋପ୍ରେନ୍ୟୁଅରସିପ୍ ପାର୍କର ସିଇଓ ପ୍ରଫେସର ଶୁଭଙ୍କର ପତି ଏହି ବୁଝାମଣାରେ ସ୍ୱାକ୍ଷର କରିଥିଲେ। କାର୍ଯ୍ୟକ୍ରମକୁ ଆଇଏଏସ୍‌ର ପ୍ରଫେସର ପି.କେ ଷଡ଼ଙ୍ଗୀ ପରିଚାଳନା କରିଥିବା ବେଳେ ଆଡିସ୍‌ନାଲ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ଆଇଟିଇଆର ପ୍ରଫେସର ରେଣୁ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking