ଭୁବନେଶ୍ୱର : ସସପେଣ୍ଡ ହେବେ କଂଗ୍ରେସ ବିଧାୟକ ତାରା ବାହିନୀ ପତି । ଆଜି ଗୃହ ଭିତରେ ପ୍ରବଳ ହଟ୍ଟଗୋଳ ହଙ୍ଗାମା ଦେଖିବାକୁ ମିଳିଥିଲା । ଦିନରେ ଘଟିଥିବା ଘଟଣାକୁ ନେଇ ନିନ୍ଦା ପ୍ରସ୍ତାବ ଆଣିଲେ ସରକାରୀ ଦଳ ମୁଖ୍ୟ ସଚେତକ । ୭ ଦିନ ପାଇଁ ନିଲମ୍ବନ କରିବାକୁ ତାରା ବାହିନୀ ପତିଙ୍କୁ ପ୍ରସ୍ତାବ ଦିଆଯାଇଛି । ଆଜି ଦିନ ଭିତରେ ଗୃହ ସୁରୁଖୁରୁରେ ଚାଲିପାରିନଥିଲା ବାରମ୍ବାର ମୁଲତବି ହୋଇଥିଲା । ତାରା ବାହିନୀ ପତିଙ୍କୁ ଆଜି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିଥିବା ନେଇ ଦେଖାଯାଇଥିଲା ।ଅନ୍ୟପଟେ ତାରାଙ୍କ ନିଲମ୍ବନକୁ ନେଇ କଂଗ୍ରେସ ବିରୋଧ କରିଛି । ମୁହଁରେ କଳାପାଟି ବାନ୍ଧି କଂଗ୍ରେସ ସଦସ୍ୟ ପ୍ରତିବାଦ କରିଛନ୍ତି ।