30.1 C
Bhubaneswar
Thursday, March 19, 2026
Homeଦେଶ ବିଦେଶବିବାଦରେ ଷ୍ଟାଣ୍ଡଅପ୍ କମେଡିଆନ ଶ୍ଵାତୀ ଶଚଦେବା

ବିବାଦରେ ଷ୍ଟାଣ୍ଡଅପ୍ କମେଡିଆନ ଶ୍ଵାତୀ ଶଚଦେବା

ନୂଆଦିଲ୍ଲୀ : ଚର୍ଚ୍ଚାରେ ଶ୍ୱାତୀ ଶଚଦେବା ବର୍ତ୍ତମାନ ସେ ବିବାଦ ଘେରକୁ ଆସିଛନ୍ତି । ରଣବୀରଙ୍କ ପରେ ଏବେ ଜଣେ ଫିମେଲ ଷ୍ଟାଣ୍ଡଅପ କମେଡିଆନ ଏକ ଶୋ ରେ ନିଜ ମାଙ୍କୁ ନେଇ ଅଶ୍ଲୀଳ ପରିହାସ କରିଥିଲେ । ଯାହାକୁ ନେଇ ଲୋକମାନେ ଅସନ୍ତୋଷ ଜାହିର କରିଛି। କମେଡି ସୋ ନାମରେ ଆଜିକାଲି ଇଣ୍ଟରନେଟ୍ ରେ ଅନେକ ଅଶ୍ଳୀଳ କଣ୍ଟେଣ୍ଟ ଦେଖିବାକୁ ମିଳୁଛି। ବର୍ତ୍ତମାନ ଶ୍ୱାତୀଙ୍କ ଏକ ଭିଡିଓ କ୍ଲିପ୍ ଭାଇରାଲ ହେବାରେ ଲାଗିଛି। ଭାଇରାଲ କ୍ଲିପରେ ଶ୍ୱାତୀ କହୁଛନ୍ତି ‘ମୋ ମା କୁଲ୍ ମମ ହେବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ତାଙ୍କ ଦ୍ୱାରା ଏହା ହୋଇ ପାରୁ ନାହିଁ’। ଏହା ପରେ ସେ ଯାହା କହୁଛନ୍ତି ତାହା କେବଳ ଅଶ୍ଳୀଳ। ଏହି ଭିଡିଓ କ୍ଲିପ ଦେଖିବା ପରେ ଲୋକଙ୍କ ରାଗି ଯାଇଛନ୍ତି। ଲୋକେ ଶ୍ୱାତୀଙ୍କ ଉପରେ ଏବେ ଅସନ୍ତୋଷ। କଥା କେବଳ ଏତିକିରେ ନାହିଁ, ଲୋକେ ଏବେ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି ମଧ୍ୟ କରୁଛନ୍ତି। ଜଣେ ୟୁଜର୍ସ ତାଙ୍କ ଭିଡିଓରେ ମନ୍ତବ୍ୟ ଦେଇ ଲଜ୍ଜା! ବୋଲି ଉଲ୍ଲେଖ କରିଛନ୍ତି।

ସାମାନ୍ୟ ଥଟ୍ଟା ପରିହାସ ଚଳାଯାଇ ପାରେ ହେଲେ ଇଏତ ସମସ୍ତ ସୀମା ପାର କରିଗଲା ବୋଲି ଆଉ ଜଣେ ୟୁଜର ଲେଖିଛନ୍ତି। ନିକଟରେ ସମୟ ରାଇନାଙ୍କ ୟୁ ଟ୍ୟୁବ ସୋ ‘ଇଣ୍ଡିଆଜ ଗଟ୍ ଲାଟେଣ୍ଟ’ କୁ ନେଇ ଦେଶରେ ଖୁବ୍ ବିବାଦ ହୋଇଥିଲା। ସୋ ରେ ରଣବୀର ଅଲ୍ଲାହବାଦିୟା ନିଜ ପ୍ୟାରେଣ୍ଟଙ୍କୁ ନେଇ ଅଶ୍ଳୀଳ ଟିପ୍ପଣୀ କରିଥିଲେ। ଏହା ପରେ ଅନେକ ରାଜ୍ୟରେ ତାଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ଦାବି ଉଠିଥିଲା। ପୁଣି ସ୍ୱାତୀ ଏଭଳି ଭୁଲ କରିବାକୁ ପଛଘୁଞ୍ଚାଦେଲେନାହିଁ। କେହି କେହି ପ୍ରଶଂସକ ଏହା ମଧ୍ୟ ଦାବି କରୁଛନ୍ତି କି ଶ୍ୱାତୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking