25.1 C
Bhubaneswar
Tuesday, February 3, 2026
Homeଅପରାଧପୁଅ ଆଗରେ ବାପାକୁ ଛୁରାମାଡ଼

ପୁଅ ଆଗରେ ବାପାକୁ ଛୁରାମାଡ଼

ବୌଦ୍ଧ: ପୁଅକୁ ଟ୍ୟୁସନ ନେଇ ଫେରିବା ବେଳେ ବାପାକୁ ଛୁରାମାଡ଼ କଲେ ଦୁର୍ବୃତ୍ତ। ବୌଦ୍ଧ ଟାଉନ୍ ଥାନା ସୁଦସାହିରେ ‌ଏହି ଘଟଣା ଘଟିଛି। ଆହତ ସରୋଜ ପଟ୍ଟନାୟକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଭିଯୋଗ ଅନୁସାରେ, ବଢ଼ିଗା ଗାଁର ସରୋଜ ସବୁଦିନ ପୁଅକୁ ଟ୍ୟୁସନରୁ ନେଇ ଯାଆନ୍ତି। ଗତକାଲି ମଧ୍ୟ ପୁଅର ଟ୍ୟୁସନ ସରିବା ପରେ ତାକୁ ଧରି ଘରକୁ ଫେରିବା ପାଇଁ ବାଇକ ଷ୍ଟାର୍ଟ କରୁଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ଆସି ତାଙ୍କୁ ପଛପଟୁ ଛୁରାମାଡ଼ କରି ଚମ୍ପଟ ମାରିଥିଲେ। ସ୍ଥାନୀୟ ଲୋକେ ସରୋଜଙ୍କୁ ଉଦ୍ଧାର କରି ବୌଦ୍ଧ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ କିଏ ଓ କାହିଁକି ସରୋଜଙ୍କୁ ଆକ୍ରମଣ କଲେ ତାହା ଅସ୍ପଷ୍ଟ ରହିଛି। ପୂର୍ବ ଶତ୍ରୁତା ନା ଅନ୍ୟ କିଛି କାରଣ ରହିଛି ତାହା ଜଣା ପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking