24.1 C
Bhubaneswar
Friday, January 16, 2026
Homeଓଡିଶାପୁଣି ବିଜେଡିକୁ ଶ୍ରୀମୟୀଙ୍କ ଟାର୍ଗେଟ

ପୁଣି ବିଜେଡିକୁ ଶ୍ରୀମୟୀଙ୍କ ଟାର୍ଗେଟ

ଭୁବନେଶ୍ୱର: ବିଜେଡିକୁ ପୁଣି ଶ୍ରୀମୟୀଙ୍କ ଟାର୍ଗେଟ । କାହା ନାଁ ନନେଇ ନିଜ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କହିଛନ୍ତି, ପିଲା ଛୋଟ ଥିଲା ବେଳେ ବାପା ତା ସବୁ କଥାରେ ହଁ କୁହେ । ଗାଈକୁ ବି  ହାତୀ କହିଦିଏ ,  କିନ୍ତୁ ବଡ ହେବା ପରେ ଯଦି ବାପା  ପିଲାର ମିଛକୁ ସତ  କହି ତା ହଁରେ ହଁ  କୁହନ୍ତି ତେବେ  ଜନେ ହସନ୍ତି ବୋଲି ଲେଖିଛନ୍ତି,  ଶ୍ରୀମୟୀ ।  କେବଳ ଶ୍ରୀମୟୀ ନୁହଁନ୍ତି ଅନ୍ୟପଟେ ଏଲି ମଧ୍ୟ ଟାର୍ଗେଟ କରି କହିଛନ୍ତି,   ବିଜେଡିକୁ ଏବେ ପ୍ରଭୁ ଜଗନ୍ନାଥ ହିଁ  ଭରସା ।  ତାଳ ଗଛର ବରଡା ଉପାଖ୍ୟାନ ଦେଇ ଦଳୀୟ ଶୃଙ୍ଖଳାକୁ ତାତ୍ସଲ୍ୟ କରି ଏଲିନା କହିଛନ୍ତି,  ତଳ ବରଡା ଖସୁଛି,  ଉପର ବରଡା ହସୁଛି ।  ମଝି ବରଡା ଥାଇ କହୁଛି ମୋ ବେଳ କାଳ ଆସୁଛି । ୫୧ରୁ  ୫୦ ହେଲେ ଏବେ ୪୮ ହେଲେ । ଆହୁରି କହିଛନ୍ତି, ଗୋଟିଏ କ୍ରୀତଦାସ ପାଇଁ  ବିଜେଡି କର୍ମୀ  ତୃଣମୂଳ ସ୍ତରରେ ହନ୍ତସନ୍ତ ହେଉଛନ୍ତି । ଯଦି ବିଧାୟକମାନେ ଏକ ନହେଇ କ୍ରୀତଦାସ କରିବେ ।  ଆଗାମୀ ଦିନରେ  କାହା ବେଳ କାଳ  କେତେବେଳେ ଆସିବ । କେବଳ ପ୍ରେସରିଲିଜ ଏବଂ  ମିଡିଆରୁ  ହିଁ ସମସ୍ତେ  ଜାଣିବାକୁ ପାଇବେ । ବେଳ ଥାଉ ଥାଉ ବିଧାୟକ ଏକ ହେବାକୁ  ଦେଲେ ପରାମର୍ଶ ।  ଏକତା ହିଁ ବଳ ବିଭାଜନ ହିଁ ପତନ !

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking