ଭୁବନେଶ୍ୱର: ଶ୍ରୀମୟୀ ମିଶ୍ରଙ୍କୁ ବିଜେଡି ନେତା ମନ୍ମଥ ରାଉତରାୟଙ୍କ ଆହ୍ୱାନ । କହିଛନ୍ତି , ନବୀନ ପଟ୍ଟନାୟକଙ୍କ ବିନା ଏବେ ନେତ୍ରୀ ହୋଇ ପ୍ରମାଣିତ କରନ୍ତୁ । ଏବଳି ନେତା ବିଜେଡି ପାଇଁ ନିର୍ବାଚନରେ ବୀଭିଷଣ ହୋଇଥିଲେ । ଶଙ୍ଖଭବନରେ ଆପତ୍ତିଜନକ ଆଚରଣ ସିସିଟିଭିରେ କଏଦ ହୋଇଛି । ଦଳ ତାଙ୍କୁ ସସପେଣ୍ଡ କରି ଯଥାର୍ଥ ନିଷ୍ପତ୍ତି ନେଇଛି । ଅନ୍ୟପଟେ ଶ୍ରୀମୟୀ ମିଶ୍ରଙ୍କ ଟାର୍ଗେଟ ପରେ ଜବାବ ଦେଇଛନ୍ତି ପ୍ରମିଳା ମଲ୍ଲିକ । କହିଛନ୍ତି, ନିର୍ବାଚନ ବିଷୟରେ ନିୟମ କଣ ଆମେ ତାଙ୍କ ଠୁ ଶିଖିବୁ । କେତେ ଆସିବେ କେତେ ଯିବେ । ଯିଏ ବିଶୃଙ୍ଖଳା କରିବ ବିଦା ହେବ । ସିଏ ମ୍ୟାଡାମ କଣ କି ? ଜଣକ ପାଇଁ ଏତେ ଚର୍ଚ୍ଚା କାହିଁକି ? ତାଙ୍କୁ କେହି ବ୍ୟବହାର କରିନାହାନ୍ତି, ସିଏ ଦଳକୁ ବ୍ୟବହାର କରିଛନ୍ତି । ଦଳ କ୍ଷମତାରୁ ଗଲା ପରେ ତାଙ୍କୁ ଆହୁରି କ୍ଷମତା ଦରକାର ଥିଲା । ନବୀନ ବାବୁ ଆଗରୁ ଭଲ ଥିଲେ, ଏବେ କଣ ଖରାପ ହୋଇଗଲେ । ଶ୍ରୀମୟୀଙ୍କ ପ୍ରତି କୌଣସି ଅନ୍ୟାୟ ହୋଇନି କହିଛନ୍ତି ପ୍ରମିଳା । ଦଳ ବିରୋଧୀ କାର୍ଯ୍ୟ କରିବାରୁ ଶ୍ରୀମୟୀଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଛି ।










