30.1 C
Bhubaneswar
Tuesday, February 10, 2026
Homeଓଡିଶାଶ୍ରୀମୟୀଙ୍କ ନୂଆ ବାଣ

ଶ୍ରୀମୟୀଙ୍କ ନୂଆ ବାଣ

ଭୁବନେଶ୍ୱର: ବିଜେଡିରୁ ସସପେଣ୍ଡ ହେବା ପରେ ଶ୍ରୀମୟୀଙ୍କ ଟାର୍ଗେଟ । ସୋସିଆଲ ମିଡିଆରେ ଦୁଇ ଦୁଇଟି ପୋଷ୍ଟ କରି ପ୍ରମାଣ ମାଗିଲେ ଶ୍ରୀମୟୀ । କହିଛନ୍ତି, ଆତ୍ମସମ୍ମାନ ଓ ସ୍ବାଭିମାନ ସହ ସାଲିସ କରିନାହିଁ କି କରିବି ନାହିଁ । ଯେଉଁ ଦଳରେ ନାହିଁ ଓ ନିଜର ସଦସ୍ୟତା ନବୀକରଣ କରିନାହିଁ , ସେ ଦଳ ମୋତେ ନିଲମ୍ବନ କରିବା ଜଗତେ କେବଳ ଜନେ ହସିବେ । ଆତ୍ମସମ୍ମାନ ଓ ସ୍ବାଭିମାନ ସହ ସାଲିସ୍ କରିନାହିଁ କି କରିବି ନାହିଁ ମଧ୍ୟ। ଜଣେ ଅଣ ଓଡ଼ିଆଙ୍କ ପ୍ରରୋଚନାରେ ଓଡିଶାକୁ ଦୀର୍ଘ ବର୍ଷ ଧରି ଶାସନ କରୁଥିବା ନେତା, ଜଣେ ଓଡ଼ିଆ ଝିଅର ସମ୍ମାନ ସହ ଖେଳିବା କେତେଦୂର ଠିକ୍ ବିଚାର ଆପଣମାନଙ୍କର। ମାଆକୁ ସମ୍ମାନର ଆହ୍ବାନ ଦେଉଥିବା ଜଣେ ଜନନାୟକଙ୍କର ଦାୟାଦ ଯେ ନିଜେ ନିଷ୍ପତ୍ତି ନେବାରେ ସକ୍ଷମ ନୁହଁ, ଆଜି ପ୍ରମାଣିତ କରିଦେଲେ। ମୁଁ ଓଡିଆ ଝିଅ ବୋଲି ପ୍ରମାଣିତ କରିବା ପାଇଁ ଆତ୍ମଗାରିମାକୁ ଜଳାଞ୍ଜଳି ଦେବା ଆଦୌ ଉଚିତ୍ ମନେ କରୁନାହିଁ । ସେହିଭଳି ଦ୍ବିତୀୟ ପୋଷ୍ଟରେ ତାଙ୍କ ସଦସ୍ୟତାକୁ ନେଇ ପ୍ରମାଣ ମାଗିଛନ୍ତି ।

ସତସାହସ ଅଛି ତ ସଦସ୍ୟତା ନବୀକରଣର ରିସିପ୍ଟ କିମ୍ବା ସିରିଏଲ୍ ନମ୍ବର ଦିଅ ବୋଲି କହିଛନ୍ତି ଶ୍ରୀମୟୀ । ବିଜେଡିରୁ ନିଲମ୍ବନ ପରେ ପୁଣି ବର୍ଷିଲେ ଶ୍ରୀମୟୀ ମିଶ୍ର । ସୋସିଆଲ ମିଡିଆ ପୋଷ୍ଟରେ ଲେଖିଲେ ‘ଗଣତନ୍ତ୍ରର ଅପମାନ’ । ଆମେ ଏକ ଗଣତାନ୍ତ୍ରିକ ଦେଶରେ ଭୋଟ ଦେଉ । ଭୋଟର ଆଇଡି ଏବଂ ଏପିକ ନମ୍ବର ଆବଶ୍ୟକ କରୁ । ସଭାପତି ଭୋଟ ଦେବାକୁ ହେଲେ ସଦସ୍ୟତା ନମ୍ବର ଥିବା ଉଚିତ । ଯଦି ସଦସ୍ୟଙ୍କ ନମ୍ବର ନାହିଁ, ତେବେ ନିର୍ବାଚନ ନିୟମାନୁମୋଦିତ ନୁହେଁ । ଦଳ ଦ୍ୱାରା ପରିଚାଳିତ ନିର୍ବାଚନ ପ୍ରକ୍ରିୟା ନିୟମାନୁମୋଦିତ ନଥିଲା। ଏହା ଗଣତନ୍ତ୍ରର ଅପମାନ। ଶ୍ରୀମୟୀ ବିଜେଡି ମହିଳା ଶାଖାର ସାଧାରଣ ସମ୍ପାଦିକା ଥିଲେ । ଦଳ ବିରୋଧୀ କାର୍ଯ୍ୟ ପାଇଁ ଶ୍ରୀମୟୀଙ୍କୁ ବିଜେଡିରୁ ସସପେଣ୍ଡ କରାଯାଇଛି । ସୋଶାଲ ମିଡିଆ ପୋଷ୍ଟକୁ ନେଇ ଶ୍ରୀମୟୀ କିଛି ଦିନ ହେଲା ଚର୍ଚ୍ଚାରେ ଥିଲେ । ‘ଧୃତରାଷ୍ଟ୍ର’, ଦୁର୍ୟୋଧନ ଓ ‘ଭଣ୍ଡ ସନ୍ନ୍ୟାସୀ’ କହି ପରୋକ୍ଷରେ ଦଳୀୟ ନେତାଙ୍କୁ ଟାର୍ଗେଟ କରିଥିଲେ ଶ୍ରୀମୟୀ । ଯାହାକୁ ନେଇ ବିଜେଡିରେ କମ୍ପନ ସୃଷ୍ଟି ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking