34.1 C
Bhubaneswar
Friday, March 20, 2026
Homeଓଡିଶାପୁଣି ବିଜେଡିକୁ ଶ୍ରୀମୟୀଙ୍କ ନିଶାନା

ପୁଣି ବିଜେଡିକୁ ଶ୍ରୀମୟୀଙ୍କ ନିଶାନା

ଭୁବନେଶ୍ୱର: ପୁଣି ବିଜେଡିକୁ ଶ୍ରୀମୟୀଙ୍କ ନିଶାନା । କିଛି ଦିନ ଧରି ନବୀନ ଏବଂ ପାଣ୍ଡିଆନଙ୍କୁ ଟାର୍ଗେଟ କରିବା ପରେ ଏବେ ନୂଆ ଢଙ୍ଗରେ ପୁଣି କରିଛନ୍ତି ଟାର୍ଗେଟ। କହିଁପେ ନିଗାହେ, କହିଁପେ ନିଶାନା ଉପାୟରେ ବେଶ ରୋଚକ ଭାବରେ ଫେସବୁକରେ ପୋଷ୍ଟ କରିଛନ୍ତି । ଯେଉଁଠି ଅନାମ ବାବୁଙ୍କର କାହାଣୀ ଲେଖିଛନ୍ତି ସେ । ଫେସବୁକରେ ଶ୍ରୀମୟୀ ଲେଖିଛନ୍ତି, ବିବାହିତା ଝିଅ ବାପ ଘରେ ଓ ଘର ଜ୍ୱାଇଁ ଶ୍ୱଶୁର ଘରେ ରହି ଅନାମ ବାବୁଙ୍କର ଇଜ୍ଜତ ଓ ମାନ-ସମ୍ମାନକୁ ଧୂଳିସାତ୍ କରିଦେଲେ।” ଅନାମ ବାବୁ ଜଣେ ଉଚ୍ଚ ଶିକ୍ଷିତ ଓ ସମ୍ଭ୍ରାନ୍ତ ବ୍ୟକ୍ତି ଥିଲେ। ଗାଁର ମନ୍ଦିର ପାଖରେ ତାଙ୍କର ସୁନ୍ଦର ନିବାସ ଥିଲା। ଜମିଦାର ହିସାବରେ ଆଖପାଖର ସମସ୍ତ ଗାଁରେ ତାଙ୍କର ନାଁ ଥିଲା ଏକ ସମ୍ମାନର ପ୍ରତୀକ। ସଚ୍ଚୋଟତା ଓ ନିଷ୍ଠାରେ ସେ ସମସ୍ତଙ୍କ ମନରେ ସ୍ଥାନ କରିଥିଲେ। କିନ୍ତୁ ସମୟ ସହିତ ତାଙ୍କର ଏହି ଖ୍ୟାତି ମଳିନ ହେବାକୁ ଲାଗିଲା, ଯେଉଁ ଦିନଠାରୁ ତାଙ୍କ ଏକମାତ୍ର ଝିଅ ଅନ୍ୟ ରାଜ୍ୟର ଏକ ଯୁବକଙ୍କୁ ବିବାହ କଲେ। ଅଷ୍ଟମଙ୍ଗଳା ପରେ ଜ୍ୱାଇଁ ନିଜ ଘରକୁ ଫେରିଲା ନାହିଁ, ବରଂ ଘର ଜ୍ୱାଇଁ ହୋଇ ଅନାମ ବାବୁଙ୍କ ଘରେ ରହିଗଲେ। ଧୀରେ ଧୀରେ ସେ ଶ୍ୱଶୁରଙ୍କ ସମ୍ପତ୍ତି ଓ କାର୍ଯ୍ୟକୁ ନିଜ ନିୟନ୍ତ୍ରଣକୁ ଆଣିବାକୁ ଆରମ୍ଭ କଲେ। ଏହା ଦେଖି ଗାଁ ଲୋକଙ୍କ ମନରେ ଅନାମ ବାବୁଙ୍କ ପ୍ରତି ଆସ୍ଥା ଓ ସମ୍ମାନ କମିବାକୁ ଲାଗିଲା। ଲୋକେ ମୁହଁରେ କିଛି ନ କହିଲେ ହେଁ, ମନରେ ଅସନ୍ତୋଷ ବଢ଼ିଲା। ଅନାମ ବାବୁ ନିଜ ବୟସ ଓ ସମ୍ମାନକୁ ଦୃଷ୍ଟିରେ ରଖି ଚୁପଚାପ ସହି ଚଳିଥିଲେ।

ଦିନ ଗଡ଼ିଗଲା, ଓ ଅନାମ ବାବୁ ନିଜର ସମସ୍ତ ଦାୟିତ୍ୱ ଜ୍ୱାଇଁଙ୍କୁ ହସ୍ତାନ୍ତର କରି ତୀର୍ଥ ଯାତ୍ରାକୁ ଚାଲିଗଲେ। କିନ୍ତୁ ଗାଁରେ ଲୋକଙ୍କ ମୁହଁରେ ଗପ ଚାଲିଲା: “ବିବାହିତା ଝିଅ ବାପ ଘରେ ଓ ଘର ଜ୍ୱାଇଁ ଶ୍ୱଶୁର ଘରେ ରହି ଅନାମ ବାବୁଙ୍କର ଇଜ୍ଜତ ଓ ମାନ-ସମ୍ମାନକୁ ଧୂଳିସାତ୍ କରିଦେଲେ।” ଏହି କାହାଣୀ ଓଡ଼ିଶାର ଗ୍ରାମୀଣ ସମାଜରେ ପରମ୍ପରା, ସାମାଜିକ ମୂଲ୍ୟବୋଧ ଓ ପାରିବାରିକ ସମ୍ମାନର ଗୁରୁତ୍ୱକୁ ଉଜାଗର କରେ। ଏହା ଗାଁ ଲୋକଙ୍କ ମନରେ ଅସନ୍ତୋଷ ଜନ୍ମାଇଥିଲା। ଜ୍ୱାଇଁଙ୍କ ଦ୍ୱାରା ସମ୍ପତ୍ତି ନିୟନ୍ତ୍ରଣ ଓ ଅନାମ ବାବୁଙ୍କ ନୀରବତା ତାଙ୍କ ସାମାଜିକ ପ୍ରତିଷ୍ଠାକୁ ଆହୁରି କ୍ଷତିଗ୍ରସ୍ତ କଲା। ହେଲେ ଶ୍ରୀମୟୀଙ୍କ ଏହି ଲେଖାରେ ଅନାମ ବାବୁ କିଏ? ଅନାମ ବାବୁଙ୍କ ଜ୍ୱାଇଁ ଓ ଝିଅ କିଏ? କାହାକୁ ନିଶାନା କରି ସେ ଏଭଳି ଲେଖିଛନ୍ତି ତାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking