ଭୁବନେଶ୍ୱର: କର୍ମଫଳ ଏଇଠି ହିଁ ଭୋଗିବାକୁ ପଡେ । ବିଜେଡି ନେତା ପ୍ରତାପ ଜେନାଙ୍କର ଭୁବନେଶ୍ୱର ବାସଭବନ ଉପରେ ଆକ୍ରମଣ ପରେ ପୁଣି ତାଙ୍କୁ ଘେରିଲେ ନେତ୍ରୀ ଶ୍ରୀମୟୀ ମିଶ୍ର । ସୋସିଆଲ ମିଡିଆରେ ପ୍ରତାପଙ୍କ ନାଁ ନନେଇ ପ୍ରବଳ ବର୍ଷିଛନ୍ତି, ଗୁଡାଇ ତୁଡାଇ ସମାଲୋଚନା କରିଛନ୍ତି । ଏହା ବିପ୍ଲବ, ବିଭାଜନର ଶଙ୍ଖନାଦ । ମାହାଙ୍ଗା ଡବଲ ମର୍ଡରରେ ଅଭିଯୁକ୍ତ ଲେଖି ପ୍ରତାପଙ୍କୁ କଡା ନିଶାନା କରିଛନ୍ତି ସେ । ଏବଂ ସେ ଲେଖିଛନ୍ତି, ଯେ, ମାହାଙ୍ଗା ଡବଲ ମର୍ଡର ଅଭିଯୁକ୍ତ ଦୁଇଦିନ ପୂର୍ବରୁ ଅନ୍ୟ ବିଧାୟକମାନଙ୍କ ବାସଭବନରେ ଧସେଇ ପଶିବାକୁ ନିର୍ଦ୍ଦେଶ ଦେବା ବେଳେ ଏହାର ସାଇଡ ଇଫେକ୍ଟ କଣ ହେବ ତାହା ଆକଳନ କରିନଥିଲେ କି ଏବଂ କର୍ମ ଫଳ ଏଇଠି ହିଁ ଭୋଗିବାକୁ ପଡେ ବୋଲି ସେ ଲେଖିଛନ୍ତି । ଖାଲି ଏତିକି ନୁହେଁ, ପାଣ୍ଡିଆନଙ୍କ ନାଁ ନନେଇ ପୁଣି ଭଣ୍ଡ ସନ୍ୟାସୀ ଆଖ୍ୟା ଦେଇ ସେ ଲେଖିଛନ୍ତି ଖି, ଯେଉଁ ଭଣ୍ଡ ସନ୍ନ୍ୟାସୀକୁ ପ୍ରଭୁ ବୋଲି ଭାବୁଛ ସେ ନିଜ ଅପକର୍ମ ପାଇଁ ଓଡିଶା ବାସୀଙ୍କ ଠାରୁ ଦୂରରେ ରହି ସାମାଜିକ ଜୀବନ ବିତାଉଛି । ଏବଂ ସେହି ଭଣ୍ଡ ସନ୍ନ୍ୟାସୀଙ୍କ ଅନୁଗାମୀ ଏବଂ ତାଙ୍କର ଦରଦ ବାପା ଯଦି ନ ଚେତିଲେ ଓଡିଶାବାସୀ ତାଙ୍କୁ ତିରସ୍କାର କରିବେ ବୋଲି ଲେଖିଛନ୍ତି ସେ । ଶ୍ରୀମୟୀଙ୍କ ଏଭଳି ସମାଲୋଚନାକୁ ନେଇ ପାଣ୍ଡିଆନ କିମ୍ବା ପ୍ରତାପ ଜେନାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ ।










