31.1 C
Bhubaneswar
Tuesday, March 24, 2026
Homeଓଡିଶାଭିଡକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ସଜାଗ ଅଛି :  ପୃଥ୍ୱୀରାଜ ହରିଚନ୍ଦନ

ଭିଡକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ସଜାଗ ଅଛି :  ପୃଥ୍ୱୀରାଜ ହରିଚନ୍ଦନ

ପୁରୀ : ପଞ୍ଚୁକକୁ ନେଇ ଶ୍ରୀ ମନ୍ଦୁରରେ ଲାଗିଛି ଭିଡ । ସଜାଗ ଅଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ  ପ୍ରତିକ୍ରିୟା  ରଖିଛନ୍ତି । କହିଛନ୍ତି , ପଞ୍ଚୁକରେ ଭକ୍ତଙ୍କ ପ୍ରବଳ ଭିଡ଼ ଦୃଷ୍ଟିରୁ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ଭିଡ଼କୁ ନିୟନ୍ତ୍ରଣରେ ରଖିବା ପାଇଁ ପୁଲିସକୁ ତ କାମ କରିବାକୁ ପଡ଼ିବ। ଭିଡ଼ ହେବା ଏଇଟା ନୂଆ କଥା ନୁହେଁ, ସବୁବେଳେ ହୁଏ। ଆଗାମୀ ୧୫ ତାରିଖ ଯାଏ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସଜାଗ ଅଛି। ନୀତିକାନ୍ତି ଠୁ ଆରମ୍ଭ କରି ସବୁ କିଛି ସୁରୁଖୁରୁରେ ତୁଲାଇବା ପାଇଁ ଚେଷ୍ଟା କରୁଛୁ। ସେ ଆହୁରି କହିଛନ୍ତି, ଧାଡ଼ି ଲମ୍ବା ହଉଛି ସତ, କିନ୍ତୁ ଅଘଟଣ ଯେମିତି କିଛି ନ ହଉ ସେଥିପାଇଁ ସଜାଗ ଅଛୁ। ସୁରୁଖୁରୁରେ ଦର୍ଶନ ହେଉ ସେଥିପାଇଁ ସଜାଗ ଅଛୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking