23.1 C
Bhubaneswar
Monday, December 30, 2024
Homeଓଡିଶାଶ୍ରୀଜିଉଙ୍କ କାର୍ତ୍ତିକ ମାସ ବାଳଧୂପ ନୀତି ନିର୍ଘଣ୍ଟକୁ ଛତିଶାନିଯୋଗ ବୈଠକରେ ଅନୁମୋଦନ

ଶ୍ରୀଜିଉଙ୍କ କାର୍ତ୍ତିକ ମାସ ବାଳଧୂପ ନୀତି ନିର୍ଘଣ୍ଟକୁ ଛତିଶାନିଯୋଗ ବୈଠକରେ ଅନୁମୋଦନ

ପୁରୀ:  ଶ୍ରୀଜିଉଙ୍କ କାର୍ତ୍ତିକ ମାସ ବାଳଧୂପ ନୀତି ନିର୍ଘଣ୍ଟକୁ ଆଜି ଅନୁଷ୍ଠିତ ଛତିଶାନିଯୋଗ ବୈଠକରେ ଅନୁମୋଦନ କରାଯାଇଛି । ଅନୁମୋଦିତ ନୀତିନିର୍ଘଣ୍ଟ ଅନୁସାରେ, ସକାଳ ୪ଟା ବେଳରୁ ଦ୍ୱାର ଫିଟା ପାଇଁ ସ୍ଥିର ହୋଇଛି । ସେହିପରି କାର୍ତ୍ତିକ ମାସରେ ଭକ୍ତଙ୍କ ଭିଡ ତଥା ଶୃଙ୍ଖଳିତ ଦର୍ଶନ ସକାଶେ ପଦକ୍ଷେପ ଗ୍ରହଣ ପାଇଁ ଖୁବଶୀଘ୍ର ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ସ୍ତରରେ ବୈଠକ କରି ଚୂଡାନ୍ତ ରୂପରେଖ ପ୍ରସ୍ତୁତ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି ।
ଆଜିର ଛତିଶାନିଯୋଗ ବୈଠକରେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ସମ୍ପର୍କରେ ସ୍ୱତନ୍ତ୍ର ଆଲୋଚନା ହୋଇଥିଲା । ପୂର୍ବରୁ ପରିଚାଳନା କମିଟି ଏନେଇ ଅବଢା ଯୋଜନାରେ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ସେସମ୍ପର୍କରେ ପରବର୍ତ୍ତୀ ପଦକ୍ଷେପ ନେବାକୁ ମୁଖ୍ୟ ପ୍ରଶାସକ ଏବଂ ଜିଲ୍ଲାପାଳଙ୍କୁ ଅଧିକୃତ କରିଥିଲେ । ଆଜିର ବୈଠକରେ ଓବିସିସି ପକ୍ଷରୁ ପ୍ରସ୍ତୁତ ହୋଇଥିବା ଦର୍ଶନ ଯୋଜନା ସମ୍ପର୍କିତ ଏକ ଉପସ୍ଥାପନା କରାଯାଇଥିଲା । ଏଥିରେ ଦର୍ଶନାର୍ଥୀଙ୍କ ପାଇଁ ନାଟମଣ୍ଡପରେ ସ୍ୱତନ୍ତ୍ର ଧାଡି କରାଯିବା ସହ ସୁଉଚ୍ଚ ରାମ୍ପର ପ୍ରସ୍ତାବ ରହିଛି । ଏନେଇ ହୋଇଥିବା ଉପସ୍ଥାପନାକୁ ନେଇ ବୈଠକରେ ବିସ୍ତୃତ ଆଲୋଚନା ହେବା ସହ ଓବିସିସିର ପ୍ରସ୍ତାବିତ ଯୋଜନାକୁ ଛତିଶାନିଯୋଗ ଅନୁମୋଦନ ପ୍ରଦାନ କରିଥିଲେ । ଏନେଇ ପରବର୍ତ୍ତୀ ପଦକ୍ଷେପ ନେବାକୁ ଓବିସିସିକୁ ଅନୁରୋଧ କରାଯାଇଥିଲା । ତେବେ ଏହି ଦର୍ଶନ ବ୍ୟବସ୍ଥା ଦ୍ୱାରା ମହାପ୍ରଭୁଙ୍କ ସେବାପୂଜା ଯେପରି କୌଣସି ଭାବେ ପ୍ରଭାବିତ ନ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ବୈଠକରେ ମତ ପ୍ରକାଶ ପାଇଥିଲା । ଏହା ଦ୍ୱାରା ଯଦି କୌଣସି ସେବକ ପ୍ରଭାବିତ ହେବେ, ସେଥିପ୍ରତି ମଧ୍ୟ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ବୋଲି ଆଲୋଚନା ହୋଇଥିଲା । ଏଥି ସହିତ ଓବିସିସି ଦ୍ୱାରା ଶ୍ରୀମନ୍ଦିର ନାଟମଣ୍ଡପରେ ଏ.ସି ସଂସ୍ଥାପନ କରାଯିବା ସମ୍ପର୍କିତ ପ୍ରସ୍ତାବକୁ ମଧ୍ୟ ଛତିଶାନିଯୋଗ ଅନୁମୋଦନ ପ୍ରଦାନ କରିଛନ୍ତି । ଶ୍ରୀମନ୍ଦିର ନାଟମଣ୍ଡପର ସୁରକ୍ଷା ପ୍ରତି ଧ୍‌ଯାନ ଦେଇ ଏ.ଏସ୍‌.ଆଇ. ର ପରାମର୍ଶ ନେଇ ସମସ୍ତ କାର୍ଯ୍‌ଯ କରିବାକୁ ଓବିସିସିକୁ କୁହାଯାଇଛି ।
ବୈଠକରେ ଉପସ୍ଥିତି ତଥା ଆଲୋଚନାରେ ଅଂଶଗ୍ରହଣ କରିବା ସକାଶେ ସମସ୍ତ ନିଯୋଗକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ । ପୁରୀ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଏବଂ ଏ.ଏସ.ଆଇ ଅଧୀକ୍ଷକଙ୍କ ସହ ଶ୍ରୀମନ୍ଦିର ପ୍ରଶାସନ ଏବଂ ପୁଲିସ୍ ପ୍ରଶାସନ ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking