15.1 C
Bhubaneswar
Thursday, December 18, 2025
Homeଓଡିଶାରଥ ଯାତ୍ରା : ଧାଡ଼ି ପହଣ୍ଡିରେ ଶ୍ରୀଜିଉ

ରଥ ଯାତ୍ରା : ଧାଡ଼ି ପହଣ୍ଡିରେ ଶ୍ରୀଜିଉ

ପୁରୀ : ଆଜି ଆଷାଢ ଶୁକ୍ଲପକ୍ଷ ଦ୍ବିତୀୟା ତିଥି ବା ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର । ଧୀରେ ଧୀରେ ବଡଦାଣ୍ଡରେ ବଢୁଛି ଭକ୍ତଙ୍କ ଗହଳି । ସେ ଦିବ୍ୟ ମୁହୁର୍ତ୍ତକୁ ଦେଖିବାକୁ ଅପେକ୍ଷା କରିଛନ୍ତି ଭକତ୍ । ଦେଶ ବିଦେଶରୁ ପୁରୀକୁ ଛୁଟିଛି ଭକ୍ତଙ୍କ ସୁଅ । ଚଳିତ ବର୍ଷ ବିରଳ ରଥଯାତ୍ରା ଦେଖିବେ ଭକ୍ତ । ଗୋଟିଏ ଦିନରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ରଥଯାତ୍ରା । ଏହି ଦିବ୍ୟମହୁର୍ତ୍ତରେ ସାଖି ରହିବାକୁ ବଡଦାଣ୍ଡରରେ ଭକ୍ତଙ୍କ ଗହଳି । ଭଜକ କିର୍ତ୍ତନ କାହାଳିରେ କମ୍ପୁଛି ବଡଦାଣ୍ଡ । ବର୍ଷକୁ ଥରେ ଏହି ଦିନକୁ ଅପେକ୍ଷା କରିଥାନ୍ତି ଭକ୍ତ ଓ ଭଗବାନ । ରତ୍ନବେଦୀ ଛାଡି ଜନ୍ମବେଦିକୁ ନବଦିନାତ୍ମକ ଯାତ୍ରାରେ ଯିବେ ଚତୁର୍ଦ୍ଧାମୁରତି । ବଡଦାଣ୍ଡରେ ହେବ ଭକ୍ତ ଓ ଭଗବାନଙ୍କ ମହାମିଳନ । ଆଜି ନବଯୌବନ ଦର୍ଶନ ପରି ଏକାଧିକ ନୀତିକାନ୍ତି ଥାଇ ବି ନିର୍ଘଣ୍ଟ ସମୟ ପୂର୍ବରୁ ପହଣ୍ଡି ବିଜେ କରିଛନ୍ତି ଶ୍ରୀଜିଉ। ଧାଡ଼ି ପହଣ୍ଡିରେ ପ୍ରଥମେ ଚକ୍ରରାଜ ସୁଦର୍ଶନ ପହଣ୍ଡି କରି ଯାଇ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ବିଜେ କରିବା ପରେ ଆସିଲେଣି ବଡ଼ଠାକୁର ବଳଭଦ୍ର। ଘଣ୍ଟଘଣ୍ଟାରେ କମ୍ପୁଛି ସିଂହଦ୍ୱାର, ବଡ଼ଦାଣ୍ଡ। ଲୋକାରଣ୍ୟ ବଡଦାଣ୍ଡ। ବଡ଼ଠାକୁର ଆସିବା ଶୁଣି କୃତାର୍ଥ ହୋଇଛନ୍ତି, ଭକ୍ତ, ବଡ଼ଦାଣ୍ଡ, ରଥ, ପଥ ସବୁକିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking