26.1 C
Bhubaneswar
Thursday, December 18, 2025
Homeଖେଳଶ୍ରୀଲଙ୍କା ଇନିଂସ୍ ଓ ୨୪୨ ରନ୍‌ରେ ପରାଜିତ

ଶ୍ରୀଲଙ୍କା ଇନିଂସ୍ ଓ ୨୪୨ ରନ୍‌ରେ ପରାଜିତ

ଗଲ୍‌: ଅଷ୍ଟ୍ରେଲିଆ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ଏକ ଇନିଂସ୍ ଓ ୨୪୨ ରନ୍‌ରେ ହରାଇ ଦେଇଛି। ଏହା ସହିତ କଙ୍ଗାରୁ ଟିମ୍ ସିରିଜ୍‌ରେ ୧-୦ର ଅଗ୍ରଣୀ ହାସଲ କରିଛି। ସିରିଜ୍‌ର ଦ୍ୱିତୀୟ ଟେଷ୍ଟ୍ ଏହି ଗଲ୍ ଷ୍ଟାଡିୟମ୍‌ରେ ଫେବୃଆରୀ ୬ ତାରିଖରୁ ଖେଳାଯିବ। ଶନିବାର ମ୍ୟାଚ୍‌ର ଚତୁର୍ଥ ଦିନ ସକାଳେ ଶ୍ରୀଲଙ୍କାର ପ୍ରଥମ ଇନିଂସ୍ ୧୬୫ ରନ୍‌ରେ ଶେଷ ହୋଇଥିଲା। ପୂର୍ବରୁ ଅଷ୍ଟ୍ରେଲିଆ ୬୫୪/୬ ସ୍କୋର୍‌ରେ ନିଜର ପ୍ରଥମ ଇନିଂସ୍ ଘୋଷଣା କରିଥିଲା। ଫଳରେ ଘରୋଇ ଶ୍ରୀଲଙ୍କା ଟିମ୍ ୪୮୯ ରନ୍ ପଛରେ ରହି ଫଲୋଅନ୍ ଖେଳିବାକୁ ବାଧ୍ୟ ହୋଇଥିଲା। ଟିମ୍ ଦ୍ୱିତୀୟ ଇନିଂସ୍‌ରେ ୨୪୭ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଛି।

ଚତୁର୍ଥ ଦିନ ଶ୍ରୀଲଙ୍କା ୧୩୬/୫ ସ୍କୋର୍‌ରୁ ଅସମାପ୍ତ ପ୍ରଥମ ଇନିଂସ୍ ଆଗକୁ ଖେଳିଥିବା ଶ୍ରୀଲଙ୍କା ୧୬୫ ରନ୍‌ରେ ଅଲ୍‌ଆଉଟ୍ ହୋଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ମାଥ୍ୟୁ କୁହ୍ନେମନ ୫ ୱିକେଟ୍ ନେଇଥିଲେ। ନାଥନ ଲିଓନ୍‌ଙ୍କୁ ୩ ଓ ମିଚେଲ୍ ଷ୍ଟାର୍କଙ୍କୁ ୨ଟି ସଫଳତା ମିଳିଥିଲା। ଚତୁର୍ଥ ଦିନ ହିଁ ଶ୍ରୀଲଙ୍କା ଦ୍ୱିତୀୟ ଇନିଂସ୍ ଆରମ୍ଭ କରିଥିଲା। ଟିମ୍ ୫୪.୩ ଓଭର୍ ଖେଳି ୨୪୭ ରନ୍‌ରେ ଅଲ୍‌ଆଉଟ୍ ହୋଇଥିଲା। ମିଡିଲ୍ ଅର୍ଡରରେ ପାଞ୍ଚଜଣ ବ୍ୟାଟର୍‌ଙ୍କୁ ଭଲ ଆରମ୍ଭ ମିଳିଥିଲେ ମଧ୍ୟ କେହି ବଡ଼ ଇନିଂସ୍ ଖେଳିପାରି ନଥିଲେ। ଶେଷ ଆଡ଼କୁ ଜେଫରୀ ୱାଣ୍ଡରସେ ସର୍ବାଧିକ ୫୩ ରନ୍ କରିଥିଲେ। ଦ୍ୱିତୀୟ ଇନିଂସ୍‌ରେ ମାଥ୍ୟୁ କୁହ୍ନେମନ୍ ଓ ନାଥନ ଲିଓନ୍‌ଙ୍କୁ ୪-୪ ୱିକେଟ୍ ମିଳିଥିବା ବେଳେ ମିଚେଲ୍ ଷ୍ଟାର୍କ ଓ ଟଡ୍ ମର୍ଫି ୧-୧ ସଫଳତା ପାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking