26.1 C
Bhubaneswar
Sunday, October 6, 2024
Homeଦେଶ ବିଦେଶଭାରତର ଟେନ୍‌ସନ୍ ବଢ଼ାଇଲା ଶ୍ରୀଲଙ୍କା; ଚୀନ୍ ଗୁଇନ୍ଦା ଜାହାଜକୁ ପ୍ରବେଶ ଅନୁମତି ଦେବ

ଭାରତର ଟେନ୍‌ସନ୍ ବଢ଼ାଇଲା ଶ୍ରୀଲଙ୍କା; ଚୀନ୍ ଗୁଇନ୍ଦା ଜାହାଜକୁ ପ୍ରବେଶ ଅନୁମତି ଦେବ

କଲମ୍ବୋ: ଭାରତ ପାଇଁ ଏବେ ପଡୋଶୀ ଶ୍ରୀଲଙ୍କା କିଛି ମାତ୍ରାରେ ଟେନ୍‌ସନ୍ ବଢ଼ାଇଦେଇଛି । ରିପୋର୍ଟ ଅନୁସାରେ ଶ୍ରୀଲଙ୍କା, ଚୀନ୍‌ର ଏକ ଗୁଇନ୍ଦା ଜାହାଜକୁ ନିଜ ସାମୁଦ୍ରିକ ସୀମାରେଖାରେ ପ୍ରବେଶ କରିବାକୁ ଅନୁମତି ଦେବାକୁ ସହମତି ପ୍ରକାଶ କରିଛି । ଆସନ୍ତା ବର୍ଷ ଠାରୁ ବିଦେଶୀ ଅନୁସନ୍ଧାନକାରୀ ଜାହାଜ ଆସିବା ଉପରେ ଥିବା ପ୍ରତିବନ୍ଧକକୁ ହଟାଇବାକୁ ଶ୍ରୀଲଙ୍କା ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି ଅନ୍ତର୍ଗତ ଚୀନ୍ ଏବେ ନିଜ ଗୁଇନ୍ଦା ଜାହାଜକୁ ଶ୍ରୀଲଙ୍କା ଅଧିକୃତ ସାମୁଦ୍ରିକ ଅଞ୍ଚଳରେ ପ୍ରବେଶ କରାଇବ । ତେବେ ଭାରତ ପାଇଁ ଏହା ଚିନ୍ତାଜନକ । କାରଣ ଚୀନ୍‌ର ଏହି ଗୁଇନ୍ଦା ଜାହାଜ ବାସ୍ତବରେ ଶ୍ରୀଲଙ୍କା ସୀମାରେଖାରେ ରହି ଭାରତ ପାଇଁ ଗୁପ୍ତଚର କାମ କରିବ ବୋଲି ଆଶଙ୍କା କରାଯାଉଛି ।

ଉଚ୍ଚ-ବୈଷୟିକ ଯୁକ୍ତ ଚାଇନାର ଗୁପ୍ତଚର ଜାହାଜଗୁଡ଼ିକ ଶ୍ରୀଲଙ୍କା ବନ୍ଦରରେ ଲଙ୍ଗର କରିବାକୁ ବାରମ୍ବାର ଅନୁରୋଧ କରିବା ପରେ ଉଠାଯାଇଥିବା ସୁରକ୍ଷା ଚିନ୍ତା ପରେ ଏହି ପ୍ରତିବନ୍ଧକ ଲାଗୁ କରାଯାଇଥିଲା । ଏହି ପ୍ରତିବନ୍ଧକ ହଟାଇବାକୁ ନିଷ୍ପତ୍ତି ସମ୍ପର୍କରେ ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରୀ ଅଲି ସାବରି ସୂଚନା ଦେଇଛନ୍ତି । ଭାରତ ମହାସାଗରରେ ଚୀନ୍‌ର ଅନୁସନ୍ଧାନକାରୀ ଜାହାଜଗୁଡ଼ିକର ବଢୁଥିବା ଗତିକୁ ନେଇ ଉଦବେଗ ପ୍ରକାଶ କରି ନୂଆଦିଲ୍ଲୀ ଗୁପ୍ତଚର ଜାହାଜ ବୋଲି ସନ୍ଦେହ ପ୍ରକଟ କରିଛି ଏବଂ କଲମ୍ବୋକୁ ଏହି ଜାହାଜକୁ ଏହାର ବନ୍ଦରକୁ ଆସିବାକୁ ନଦେବାକୁ ଅନୁରୋଧ କରିଛି । କିନ୍ତୁ ଭାରତର ଏହି ଅନୁରୋଧକୁ ଶ୍ରୀଲଙ୍କା କେତେମାତ୍ରାରେ ଗ୍ରହଣ କରିବ ତାହା ଉପରେ ପ୍ରଶ୍ନବାଚୀ ରହିଛି । ସୂଚନାଯୋଗ୍ୟ, ମାଳଦ୍ୱୀପ ମଧ୍ୟ ନିକଟରେ ଚୀନ୍‌ର ଏପ୍ରକାର ଗୁଇନ୍ଦା ଜାହାଜକୁ ନିଜ ସାମୁଦ୍ରିକ ସୀମାରେଖା ମଧ୍ୟକୁ ପ୍ରବେଶ ଅନୁମତି ଦେଇ ଭାରତ ପାଇଁ ଚିନ୍ତା ବଢ଼ାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking