ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡା ଥାନା କତଡା ଗ୍ରାମରେ ହାତୀ ଆକ୍ରମଣରେ ଜଣେ କାର୍ଯ୍ୟରତ ହାତୀ ସ୍କ୍ୱାଡ କର୍ମଚାରୀଙ୍କ ଦୁଃଖଦ ମୃତ୍ୟୁ ଘଟିଛି । ପୋଲିସ ସୂଚନା ଅନୁସାରେ, ଆଜି ଭୋର ସାଢେ ୩ଟାରେ ଗାଁ ପାଖ ଜଙ୍ଗଲକୁ ୮ ଟିକିଆ ହାତୀପଲ ଫେରୁଥିବା ବେଳେ ହାତୀ ସ୍କ୍ୱାଡ ପିଛା କରୁଥିଲେ । ଏହି ସମୟରେ ଏକ ମାଈ ହାତୀ ନିଜ ଛୁଆ ସୁରକ୍ଷା ପାଇଁ ହାତୀ ସ୍କ୍ୱାଡ କର୍ମଚାରୀ ଯୁଗଳ ନାଏକ(୪୦)ଙ୍କୁ ଏକୁଟିଆ ପାଇ ଦଳି ମାରିଦେଇଥିଲା । ଖବର ପାଇ ରେଞ୍ଜର ମାଧବ ନାଏକ ଓ ସ୍ଥାନୀୟ ପୋଲିସ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛନ୍ତି ।