28.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶଆଧ୍ୟାତ୍ମିକ ଗୁରୁଙ୍କୁ ମିଳିଲା ଜେଡ୍ ପ୍ଲସ୍ ସୁରକ୍ଷା

ଆଧ୍ୟାତ୍ମିକ ଗୁରୁଙ୍କୁ ମିଳିଲା ଜେଡ୍ ପ୍ଲସ୍ ସୁରକ୍ଷା

ନୂଆଦିଲ୍ଲୀ:  ‘ରାଧା ସ୍ୱାମୀ ସତ୍‌ସଙ୍ଗ ବ୍ୟାସ’ ନାମକ ଏକ ଧାର୍ମିକ ସଙ୍ଗଠନର ମୁଖ୍ୟ ଜଗଦୀପ ସିଂହ ଗିଲ୍‌ଙ୍କୁ ଏହି ସୁରକ୍ଷା ପ୍ରଦାନ କରାଯାଇଛି । ୪୫ ବର୍ଷୀୟ ଜଗଦୀପ ସିଂହ ଗିଲ୍ ଦେଶର ଜଣେ ଅନ୍ୟତମ ଆଧ୍ୟାତ୍ମିକ ତଥା ଧର୍ମଗୁରୁ ଭାବେ ଜଣାଶୁଣା । ତେବେ ଜଗଦୀପ ସିଂହ ଗିଲ୍‌ଙ୍କ ଜୀବନ ପ୍ରତି ବିପଦ ଥିବା ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଗୁଇନ୍ଦା ସୂଚନା ମିଳିବା ପରେ କେନ୍ଦ୍ର ସରକାର ତୁରନ୍ତ ସିଆରପିଏଫ୍ ବାହିନୀଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସୁରକ୍ଷା ଅନୁଯାୟୀ ସମୁଦାୟ ୩୩ଜଣ ସିଆରପିଏଫ୍ କମାଣ୍ଡୋ ମିଳିତ ଭାବେ ଜଗଦୀପ ସିଂହ ଗିଲ୍‌ଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ପ୍ରଦାନ କରିବେ ।

‘ରାଧା ସ୍ୱାମୀ ସତସଙ୍ଗ ବ୍ୟାସ’ ପଞ୍ଜାବର ଅମୃତସର ନିକଟରେ ଥିବା ବ୍ୟାସ ନଦୀ ନିକଟରେ ଅବସ୍ଥିତ । ଏହି ସଙ୍ଗଠନ ୧୮୯୧ ମସିହାରେ ସ୍ଥାପିତ ହୋଇଥିଲା । ଦେଶ ତଥା ବିଦେଶରେ ଏହି ଧାର୍ମିକ ସଙ୍ଗଠନର ଲକ୍ଷାଧିକ ଶ୍ରଦ୍ଧାଳୁ ରହିଛନ୍ତି । ପ୍ରାୟ ୯୦ଟି ଦେଶରେ ଏହି ସଙ୍ଗଠନ ପରିବ୍ୟାପ୍ତ ହୋଇଥିବା ବେଳେ ଏହାର ଶ୍ରଦ୍ଧାଳୁ ରହିଛନ୍ତି । ପ୍ରକାଶ, ଜଗଦୀପ ସିଂହ ଗିଲ୍ କିଛି ମାସ ହେବ ଏହି ସଙ୍ଗଠନର ପ୍ରମୁଖ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି । ସେ ଆଇଆଇଟି ଦିଲ୍ଲୀରୁ ଡିଗ୍ରୀ ହାସଲ କରିଥିବା ବେଳେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ରସାୟନ ଇଞ୍ଜିନିୟରିଂରେ ଡକ୍ଟରେଟ୍ ଡିଗ୍ରୀ ହାସଲ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking