14.1 C
Bhubaneswar
Saturday, December 6, 2025
Homeଓଡିଶାଜଙ୍ଗଲ ସୁରକ୍ଷା ପାଇଁ  ଗଡିବ ସ୍ୱତନ୍ତ୍ର ଗାଡି : ଆଖି ପିଛୁଳାକେ ଲିଭିବ ନିଆଁ

ଜଙ୍ଗଲ ସୁରକ୍ଷା ପାଇଁ  ଗଡିବ ସ୍ୱତନ୍ତ୍ର ଗାଡି : ଆଖି ପିଛୁଳାକେ ଲିଭିବ ନିଆଁ

ଭୁବନେଶ୍ୱର : ଆହୁରି ସୁଦୃଢ କରାଯିବ  ଜଙ୍ଗଲ ସୁରକ୍ଷା ଅଭିଯାନ ।  ନିଆଁ ଲାଗିଲେ ତତ୍‌କ୍ଷଣାତ ନିଆଁ ଲିଭାଇବା ପାଇଁ ପଦକ୍ଷେପ ନେଇପାରିବ । ଜଙ୍ଗଲ ସୁରକ୍ଷାରେ ଗଡିବ ୧୩୯ ଗାଡ଼ି । ଜଙ୍ଗଲ ସୁରକ୍ଷାକୁ ମଜବୁତ କରିବା ଉଦ୍ଦେଶ୍ୟରେ ଏହି ଯୋଜନା କରାଯାଇଛି । ଏହି ଯୋଜନାରେ ବିଭିନ୍ନ ଜଙ୍ଗଲ ଓ ବନ୍ୟପ୍ରାଣୀ ବିଭାଗକୁ ୩ ପ୍ରକାରର ୧୩୯ ଟି ଯାନ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି । ଏହି ଯାନ ଗୁଡ଼ିକ ମଧ୍ୟରେ ରହିଛି ୫୧ ଟି ଅଲ-ଟେରେନ୍ ଯାନ, ୪୧ଟି ଜଳ ସିଞ୍ଚନ ଅଗ୍ନି ନିର୍ବାପକ ଏବଂ ୪୭ ଟି ଅଗ୍ନି ନିରାକରଣ ସହାୟତା ଯାନ । ରାଜ୍ୟ ଉଦ୍ଭିଦ ଉଦ୍ୟାନଠାରେ ବନ ବାହିନୀର ମୁଖ୍ୟ ଓ ବନ୍ୟପ୍ରାଣୀ ବିଭାଗର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଗାଡ଼ି ଗୁଡିକ ଶୁଭାରମ୍ଭ କରିବାର କାର‌୍ୟ୍ୟକ୍ରମ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking