21.1 C
Bhubaneswar
Thursday, December 18, 2025
Homeଓଡିଶାସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାର ଜିଲ୍ଲାସ୍ତରୀୟ ବିଜେତାମାନଙ୍କ ପାଇଁ ବିଶେଷ ପ୍ରଶିକ୍ଷଣ

ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାର ଜିଲ୍ଲାସ୍ତରୀୟ ବିଜେତାମାନଙ୍କ ପାଇଁ ବିଶେଷ ପ୍ରଶିକ୍ଷଣ

ଜୁଲାଇ ୨୦ ରେ ରାଜ୍ୟସ୍ତରୀୟ ସେମି ଫାଇନାଲ ଓ ୨୨ରେ ଗ୍ରାଣ୍ଡ ଫାଇନାଲ

ଭୁବନେଶ୍ୱର: ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ରାଜ୍ୟର ସମସ୍ତ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ମଧ୍ୟରେ ଆୟୋଜନ ହେଉଛି ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା । ଇତିମଧ୍ୟରେ ଏହି ପ୍ରତିଯୋଗିତାର ଦୁଇଟି ସୋପାନ ଯଥା ବ୍ଲକ ଓ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ସରିଯାଇଛି । ତିରିଶ ଗୋଟି ଜିଲ୍ଲା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସ୍ଵୟଂ ସହାୟକ ଗୋଷ୍ଠୀର ମା ଭଉଣୀମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜିଠୁ ଜୁଲାଇ ୨୦ ତାରିଖ ପର୍ଯ୍ୟନ୍ତ ସମସ୍ତ ବିଜେତାଙ୍କୁ ଇନଷ୍ଟିଚିୟୁଟ୍ ଅଫ ହୋଟେଲ ମ୍ୟାନେଜମେଣ୍ଟ, ଭୁବନେଶ୍ୱରରେ ଖାଦ୍ୟ ପ୍ରସ୍ତୁତି ସମ୍ବନ୍ଧରେ ସାତଦିନିଆ ପ୍ରଶିକ୍ଷଣ ଦିଆଯିବ । ପ୍ରଶିକ୍ଷଣ ପରେ ଜିଲ୍ଲାସ୍ତରୀୟ ବିଜେତାମାନଙ୍କ ମଧ୍ୟରେ ଜୁଲାଇ ୨୦ ତାରିଖରେ ରାଜ୍ୟସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ସେମିଫାଇନାଲ ଓ ଜୁଲାଇ ୨୨ ତାରିଖରେ ଏହାର ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହେବ ।

ଆଜି ପ୍ରଶିକ୍ଷଣର ପ୍ରଥମ ଦିବସରେ ଇନଷ୍ଟିଚିୟୁଟ୍ ଅଫ ହୋଟେଲ ମ୍ୟାନେଜମେଣ୍ଟ, ଭୁବନେଶ୍ୱରରେ ପ୍ରତିଯୋଗୀମାନଙ୍କ ସ୍ଵାଗତ ଉତ୍ସବ ଅବସରରେ ମାଷ୍ଟର ସେଫ ଇଣ୍ଡିଆର ଷଷ୍ଠ ସଂସ୍କରଣ ବିଜେତା ସେଫ ଅବିନାଶ ନାୟକ, ହୋଟେଲ ମେ ଫେୟାର ଲାଗୁନର ଏକ୍ସକ୍ୟୁଟିଭ ସେଫ ସୁରଜ, ଇନଷ୍ଟିଚିୟୁଟ୍ ର ଅଧ୍ୟକ୍ଷ ଶ୍ରୀମତୀ ସାରଦା ଘୋଷ, ମିଶନ ଶକ୍ତି ବିଭାଗର ଅତିରିକ୍ତ ଶାସନ ସଚିବ ତଥା କର୍ମକର୍ତ୍ତାବୃନ୍ଦ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ମୂଳ ଲକ୍ଷ୍ୟ ହେଲା ଆଗାମୀ ଦିନରେ ଅଧିକରୁ ଅଧିକରୁ ମହିଳା ଖାଦ୍ୟ ପ୍ରସ୍ତୁତ କ୍ଷେତ୍ରରେ ଉଦ୍ୟୋଗୀ ହେବାର ସ୍ୱପ୍ନ ପୂରଣ କରିବା ସହ ନିଜକୁ ଆର୍ଥିକ ସ୍ଵାବଲମ୍ବୀ କରି ଲକ୍ଷପତି ଦିଦି ହୋଇପାରିବେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ଆଞ୍ଚଳିକ, ପାରମ୍ପରିକ ଓ ବିସ୍ମୃତ ଖାଦ୍ୟ ଯଥା ମିଲେଟ, ମୁଢି ମାଂସ, ମାଣ୍ଡିଆ ଚକୁଳି, ସିଜା ପିଠା, ଛେନା ଝିଲ୍ଲୀ ଇତ୍ୟାଦି ସ୍ୱାଦିଷ୍ଟ ଓ ପୁଷ୍ଟିକର ଖାଦ୍ୟ ଲୋକଲୋଚନକୁ ମଧ୍ୟ ଆସିପାରିବ ।ଜୁଲାଇ ୨୨ରେ ଅନୁଷ୍ଠିତ ହେବାକୁ ଥିବା ଗ୍ରାଣ୍ଡ ଫାଇନାଲରେ ବିଚାରକଙ୍କ ଦ୍ଵାରା ଚୂଡ଼ାନ୍ତ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଦଳକୁ ଯଥାକ୍ରମେ ୨ ଲକ୍ଷ, ୧.୫ ଲକ୍ଷ ଓ ୧ ଲକ୍ଷ ଅର୍ଥରାଶି ପୁରସ୍କାର ପ୍ରଦାନ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking