27.1 C
Bhubaneswar
Sunday, February 22, 2026
Homeଓଡିଶାଯାତ୍ରୀଙ୍କୁ ନେଇ ଗୁଆହାଟୀ ଗଡ଼ିଲା ସ୍ବତନ୍ତ୍ର ଟ୍ରେନ୍‌

ଯାତ୍ରୀଙ୍କୁ ନେଇ ଗୁଆହାଟୀ ଗଡ଼ିଲା ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ବର: କଟକ ଜିଲ୍ଲା ମୁଙ୍ଗୁଳି ନିକଟ ନିର୍ଗୁଣ୍ଡିରେ ଦୁର୍ଘଟଣାର ଶିକାର ହୋଇଥିବା ଏକ୍ସପ୍ରେସ୍‌ ଟ୍ରେନ୍‌ର ଯାତ୍ରୀମାନେ ସ୍ବତନ୍ତ୍ର ବ୍ୟବସ୍ଥା ମାଧ୍ୟମରେ ନିଜର ଯାତ୍ରା ଆରମ୍ଭ କରିଛନ୍ତି। ଦୁର୍ଘଟଣା ଯୋଗୁଁ ସମସ୍ୟାର ସମ୍ମୁଖୀନ ହୋଇଥିବା ଯାତ୍ରୀମାନଙ୍କୁ ନେଇ ଏକ ସ୍ବତନ୍ତ୍ର ଟ୍ରେନ୍‌ କାମାକ୍ଷା ଅଭିମୁଖେ ବାହାରିଛି। ଟ୍ରେନ୍‌ଟି ଲାଇନ୍‌ଚ୍ୟୁତ ହେଲା ପରେ ସ୍ପେଶାଲ୍‌ ଟ୍ରେନ୍‌ର ବ୍ୟବସ୍ଥା କରାଯାଇଛି। ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବାକୁ ସ୍ବତନ୍ତ୍ର ଟ୍ରେନ୍‌ ବ୍ୟବସ୍ଥା ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି।

ଏନେଇ ରେଳବାଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଭୁବନେଶ୍ବରରୁ ଏହି ସ୍ବତନ୍ତ୍ର ଟ୍ରେନ୍‌ ବାହାରିଥିଲା। ଭାୟା ନରାଜ ଦେଇ ଏହି ଟ୍ରେନ ଦୁର୍ଘଟଣାସ୍ଥଳକୁ ଯାଇଥିଲା। ଏହି ଟ୍ରେନ୍ ଅଧାରେ ଫସିଥିବା ଯାତ୍ରୀଙ୍କୁ ନେଇ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବ। ପୂର୍ବତଟ ରେଳପଥ ପିଆରଓଙ୍କ ସୂଚନା ଅନୁସାରେ, ଟ୍ରାକରୁ ଖସିଯାଇଛି ଟ୍ରେନର ୧୧ଟି ବଗି। ରେଲୱେର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଆହତ ଯାତ୍ରୀମାନଙ୍କୁ ମେଡିକାଲ ପଠାଯାଉଛି। ଘଟଣାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking