ପୁରୀ : ବାତ୍ୟାକୁ ଦୁଷ୍ଟିରେ ରଖି ହବିଷ୍ୟାଳୀମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ତା । ଖାଦ୍ୟ ସାମଗ୍ରୀ ମହଜୁଦ ଓ ଜେନେରେଟର ବ୍ୟବସ୍ତା । ଦରକାର ପଡିଲେ ସେମାନଙ୍କର ୨୪ , ୨୫ ଦର୍ଶନ ବନ୍ଦ ରହିପାରେ । ଶ୍ରଦ୍ଧାଳୁ ଏ ସମୟରେ ଶ୍ରୀ ମନ୍ଦିର ଓ ସି ବୀଚ ନ ଆସନ୍ତୁ । ଗଣମାଧ୍ୟମ ଜରିଆରେ ଅପିଲ କଲେ ପୁରୀ ଜିଲ୍ଲାପାଳ । ରମ୍ଭ ହୋଇଗଲାଣି ବାତ୍ଯା ଦାନାର ପ୍ରଭାବ । ପାରାଦୀପରୁ ଚାନ୍ଦବାଲି ପର୍ଯ୍ଯନ୍ତ ଆରମ୍ଭ ହୋଇଗଲାଣି ବର୍ଷା । ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ହେଉଛି । ସମୁଦ୍ରରେ ଉଚ୍ଚ ଜୁଆର ଉଠୁଛି । ପୁରୀ ଜିଲ୍ଲାର ଅସ୍ତରଙ୍ଗ ଅଞ୍ଚଳରେ ପବନ ସାଙ୍ଗକୁ ଝିପିଝିପି ବର୍ଷା ହେଉଛି । ଲୋକେ ଆତଙ୍କିତ ହୋଇପଡ଼ିଥିବାବେଳେ ସୁରକ୍ଷିତ ସ୍ଥାନକୁ ଚାଲିଯାଉଛନ୍ତି । ଏପଟେ ଭୁବନେଶ୍ବରରେ ପାଗ ମେଘୁଆ ସହ ହାଲୁକା ପବନ ବି ହେଉଛି ।