27.1 C
Bhubaneswar
Sunday, November 24, 2024
Homeଓଡିଶାଡାକ୍ତରଙ୍କ ପାଇଁ ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ଏସ୍‌ଓପି: ଡିଏମ୍‌ଇଟି

ଡାକ୍ତରଙ୍କ ପାଇଁ ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ଏସ୍‌ଓପି: ଡିଏମ୍‌ଇଟି

ଭୁବନେଶ୍ୱର: ଏସ୍‌ସିବିରେ ଡାକ୍ତରଙ୍କ ଦୁର୍ବ୍ୟବହାର ପ୍ରସଙ୍ଗରେ ତଦନ୍ତ ଟିମର ରିପୋର୍ଟ ଦାଖଲ ହୋଇଛି । ରିପୋର୍ଟ ଆଧାରରେ ସମ୍ପୃକ୍ତ ଡାକ୍ତରଙ୍କୁ ବହିଷ୍କାର କରିବାକୁ ପ୍ରିନ୍ସିପାଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଡିଏମଇଟି ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି । ତେବେ  \”ଡାକ୍ତରମାନଙ୍କ ପାଇଁ ଶୃଙ୍ଖଳା ପାଳନର ନିୟମ ଥିଲେ ମଧ୍ୟ କିଏ ପାଳନ କରୁଛି କିଏ କରୁନି ଦେଖିବାକୁ ପଡିବ । ନିୟମ ସବୁ ଥିଲେ ମଧ୍ୟ କିଛି ଜଣ ଏହାକୁ ମାନୁନାହାନ୍ତି । ଏହାକୁ କାର୍ଯ୍ୟକାରୀ କରିବାକୁ ସବୁ ମେଡିକାଲ କଲେଜର ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି । ଏହାବ୍ୟତୀତ ଶ୍ରୀ ମିଶ୍ର କହିଛନ୍ତି ଯେ, \”ଡାକ୍ତରଙ୍କ ପାଇଁ ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ଏସଓପି । ସାରା ଦେଶରେ ଚାଲିଥିବା ଆନ୍ଦୋଳନକୁ ଆଖି ଆଗରେ ରଖି ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ କରୁଛି ଏହି ଏସଓପି । ସବୁ ମେଡ଼ିକାଲ କଲେଜ ଅଧ୍ୟକ୍ଷ ଓ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଏହି ଏସଓପି ଦିଆଯିବା ସହ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦିଆଯିବ । ଆସନ୍ତାକାଲି ସୁଦ୍ଧା ଏସଓପି ଜାରି କରାଯିବା ସହ କଡାକଡି ପାଳନ ପାଇଁ ନିର୍ଦ୍ଦଶ ଦିଆଯିବ ବୋଲି ସେ କହିଛନ୍ତି । ଡାକ୍ତରଙ୍କ ସୁରକ୍ଷା ପାଇଁ ସୁପ୍ରିମକୋର୍ଟ ମଧ୍ୟ ୧୦ ଜଣିଆ ନ୍ୟାସନାଲ ଟାସ୍କ ଫୋର୍ସ ଗଠନ କରିଛନ୍ତି । ଓଡିଶା ସ୍ୱାସ୍ଥ୍‌୍ୟ ବିଭାଗ ମଧ୍ୟ ଏକ ଏସଓପି ଆଣିବ । ଆବଶ୍ୟକ ପଡ଼ିଲେ ଏହାର କଡା ତଦାରଖ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking