27.1 C
Bhubaneswar
Tuesday, March 24, 2026
Homeଓଡିଶାସମ୍ ନର୍ସିଂ କଲେଜର ଏନ୍‌ଏସ୍‌ଏସ୍ ଶାଖା ପକ୍ଷରୁ ସ୍ୱତନ୍ତ୍ର ଶିବିର ଆୟୋଜିତ

ସମ୍ ନର୍ସିଂ କଲେଜର ଏନ୍‌ଏସ୍‌ଏସ୍ ଶାଖା ପକ୍ଷରୁ ସ୍ୱତନ୍ତ୍ର ଶିବିର ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ ନର୍ସିଂ କଲେଜ (ଏସ୍‌ଏନ୍‌ସି)ର ଏନ୍‌ଏସ୍‌ଏସ୍ ଶାଖା ପକ୍ଷରୁ ସେପ୍ଟେମ୍ବର ୨୧ ରୁ ୨୭ ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ବ୍ୟାପୀ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଛତାବର ଗ୍ରାମରେ ଏକ ସ୍ୱତନ୍ତ୍ର ଶିବିରର ଆୟୋଜନ କରାଯାଇଥିଲା । ଏହି ଶିବିରର ଊଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଏନ୍‌ଏସ୍‌ଏସ୍ ଶାଖାର କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର କମଳ ଲୋଚନ ମହନ୍ତ, କାର୍ଯ୍ୟକ୍ରମ ଅଧିକାରୀ ସୁଶ୍ରୀ ଇତିଶ୍ରୀ ପ୍ରଧାନ, ସୁଶ୍ରୀ ସୁଜ୍ୟୋସ୍ନା ଜେନା ଏବଂ ଡକ୍ଟର ଭୀମସେନ ଭୋଳ ପ୍ରମୁଖ ଯୋଗ ଦେଇଥିଲେ । ଉଦ୍‌ଘାଟନୀ କାର୍ଯ୍ୟକ୍ରମ ପରେ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀମାନେ ଛତାବର ଗ୍ରାମର ଘର ଘର ବୁଲି ସଫେଇ ସମ୍ପର୍କିତ ସଚେତନତା ବାର୍ତା ଜଣାଇଥିଲେ। ଏହା ଛଡ଼ା ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀମାନେ ଛତାବର ସ୍ଥିତ ସାଇ ସରସ୍ୱତୀ ମନ୍ଦିରରେ ଗ୍ରାମର ମହିଳାମାନଙ୍କ ମଧ୍ୟରେ ପରିମଳ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ଛାତ୍ରଛାତ୍ରୀମାନଙ୍କ ପାଇଁ ହାତ ପରିଷ୍କାର କାର୍ଯ୍ୟକ୍ରମ କରିଥିଲେ । ଛତାବର ଗ୍ରାମର ରାସ୍ତାକୁ ସଫା କରିବା ସହ ଏକ ସଫେଇ ଅଭିଯାନ ମଧ୍ୟ ଆୟୋଜନ କରାଯାଇଥିଲା । ଏହି ଶିବିରରେ ନିଶାଦ୍ରବ୍ୟର ଅପବ୍ୟବହାରକୁ ନେଇ ଏକ ସଚେତନତା ରାଲି ଆୟୋଜନ କରାଯିବା ସହ ଗ୍ରାମବାସୀଙ୍କୁ ସ୍ୱାସ୍ଥ୍ୟ ଏବଂ ସମାଜ ଉପରେ ଅବୈଧ ଔଷଧର କୁପ୍ରଭାବ ବିଷୟରେ ଅବଗତ କରାଯାଇଥିଲା । ପୁଷ୍ଟିକର ଖାଦ୍ୟକୁ ପ୍ରୋତ୍ସାହିତ କରିବା, ଡେଙ୍ଗୁ ନିୟନ୍ତ୍ରଣ ଓ ମଶାବାହିତ ରୋଗ ଉପରେ ମଧ୍ୟ ସଚେତନତା ସୃଷ୍ଟି କରାଯାଇଥିଲା । ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀମାନେ ଗ୍ରାମବାସୀଙ୍କ ମଧ୍ୟରେ ହୃଦଘାତ ସମ୍ପର୍କିତ ସଚେତନତା ସୃଷ୍ଟି କରିବା ନିମନ୍ତେ ଏକକ ନାଟକ ପରିବେଷଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking