କଟକ: ୯ ତାରିଖ ବାରବାଟୀ ମ୍ୟାଚି ପାଇଁ ଚାଲିବ ସ୍ୱତନ୍ତ୍ର ‘ଆମ ବସ୍’ । ଏନେଇ ସିଆରୟୁଟି ପକ୍ଷରୁ ଜାରି ହେଲା ସ୍ୱତନ୍ତ୍ର ବିବରଣୀ । ମ୍ୟାଚି ଦିନ ବାରବାଟୀ ଷ୍ଟାଡିୟମ୍ରୁ ବରମୁଣ୍ଡା ଓ ଭୁବନେଶ୍ୱର ଷ୍ଟେସନ ଚାଲିବ । ମ୍ୟାଚ୍ ସରିବା ପରେ ବାରବାଟୀରୁ ନନ୍ଦନକାନନ ଦେଇ ବରମୁଣ୍ଡା ଯିବ । ବାରବାଟୀରୁ ଭୁବନେଶ୍ୱର ରେଲୱେ ଷ୍ଟେସନ ପର୍ଯ୍ୟନ୍ତ ଯିବ ‘ଆମ ବସ୍’ । ୨୦ ମିନିଟ୍ର ବସ୍ ଯାତ୍ରା ରହିବ । ଭଡା ୪୦ ଟଙ୍କା ନେଇ ସୂଚନା ଜାରି କରାଯାଇଛି । ଏହା ବ୍ୟତୀତ ‘ଆମ ବସ୍’ର କଟକ ସହ ଜଡିତ ଅନ୍ୟ ସେବା ମଧ୍ୟ ଚାଲିବ ।










