ଭୁବନେଶ୍ୱର : ବିଧାସଭାରେ ବାଚସ୍ପତି ଚେତାବନୀ ଦେଇଛନ୍ତି । ଗୃହକାଯ୍ୟକୁ ସମ୍ମାନ ନଦେଲେ କାଯ୍ୟାନୁଷ୍ଠାନ ନିଆଯିବ । ବିରୋଧ ପ୍ରଦର୍ଶନ କରୁଥିବା ସଦସ୍ୟଙ୍କୁ ଚେତାବନୀ ଦେଇଛନ୍ତି ବାଚସ୍ପତି ସୁରମା ପାଢୀ । ଗୃହକାଯ୍ୟ ସ୍ୱାଭାବିକ ହୋଇପାରୁନାହିଁ । ଗୃହରେ ହଟ୍ଟଗୋଳ ସହିତ ବିଜେଡି କଂଗ୍ରେସ ନାରାବାଜି କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ବାଚସ୍ପତି ଚେତାବନୀ ଦେଇଛନ୍ତି । ୨ ଦିନ ହେଲା ଗୃହକାଯ୍ୟ ସୁରୁଖୁରୁରେ ଚାଲିପାରୁ ନାହିଁ ।