37.9 C
Bhubaneswar
Wednesday, March 26, 2025
Homeଓଡିଶାନିଲମ୍ବିତଙ୍କୁ ଗୃହରୁ ଚାଲିଯିବାକୁ ନିର୍ଦ୍ଦେଶ ଦେଲେ ବାଚସ୍ପତି

ନିଲମ୍ବିତଙ୍କୁ ଗୃହରୁ ଚାଲିଯିବାକୁ ନିର୍ଦ୍ଦେଶ ଦେଲେ ବାଚସ୍ପତି

ଭୁବନେଶ୍ୱର: ନିଲମ୍ବିତ ବିଧାୟକଙ୍କୁ ଗୃହରୁ ଚାଲିଯିବାକୁ ବାଚସ୍ପତି ସୁରମା ପାଢୀ ନିର୍ଦ୍ଦେଶ ଦେଇଛନ୍ତି । କଂଗ୍ରେସର ନିଲମ୍ବିତ ବିଦାୟକଙ୍କୁ ବାହାରକୁ ନେବାକୁ ମାର୍ଶାଲଙ୍କୁ ବାଚସ୍ପତି  ନିର୍ଦ୍ଦେଶ  ଦେଇଛନ୍ତି ।  ସୂଚନା ଅନୁସାରେ , ବିଧାନସଭାରୁ ୧୨ ଜଣ କଂଗ୍ରେସ ବିଧାୟକ ୭ ଦିନ ପାଇଁ ନିଲମ୍ବିତ ହୋଇଛନ୍ତି । ବିଧାୟକଙ୍କ ନିଲମ୍ବନ ପାଇଁ ପ୍ରସ୍ତାବ ଆଣିଥିଲେ  ସରକାରୀ ଦଳ ମୁଖ୍ୟ ସଚେତକ ।  ଗୃହରେ ଲଗାତାର ବିଶୃଙ୍ଖଳା ଦେଖାଦେଇଥିଲା । କଂଗ୍ରେସର ମୋଟ ୧୪ ବିଧାୟକଙ୍କ ଭିତରୁ ୧୨  ଜଣ ନିଲମ୍ବିତ ହୋଇଛନ୍ତି । ତାରା ବାହିନୀ ପତି ଏବଂ ରମେଶ ଜେନା ଏହି ଦୁଇ ଜଣଙ୍କୁ ଛାଡି  ବାକି ୧୨ ବିଧାୟକ ନିଲମ୍ବିତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking