28.1 C
Bhubaneswar
Monday, February 23, 2026
Homeଓଡିଶାଖୁବ୍ ଶୀଘ୍ର ରତ୍ନଭଣ୍ଡାର ରହସ୍ୟ ଉପରୁ ପରଦା ହଟିବ

ଖୁବ୍ ଶୀଘ୍ର ରତ୍ନଭଣ୍ଡାର ରହସ୍ୟ ଉପରୁ ପରଦା ହଟିବ

ପୁରୀ: ମହାପ୍ରଭୁଙ୍କ ରତ୍ନଭଣ୍ଡାର ଆସନ୍ତାକାଲି ପୁଣି ଖୋଲିବ। ଖୁବ୍ ଶୀଘ୍ର ରତ୍ନଭଣ୍ଡାର ରହସ୍ୟ ଉପରୁ ପରଦା ହଟିବ । ଗୁପ୍ତ କୋଠରୀ, ଗୁପ୍ତ ସୁଡ଼ଙ୍ଗ ଓ ଗୁପ୍ତଧନ ଚର୍ଚ୍ଚା ଉପରୁ ପୂର୍ଣ୍ଣଛେଦ ପଡ଼ିବାକୁ ଯାଉଛି। ଦୀର୍ଘ ୬ ବର୍ଷ ତଳୁ ରତ୍ନଭଣ୍ଡାର ସ୍ଥିତି ସଙ୍ଗୀନ ଥିବା ବେଳେ ବୁଧବାର ଦିନ ରତ୍ନଭଣ୍ଡାର ମରାମତି ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ମରାମତି ପୂର୍ବରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଏଏସଆଇ ରତ୍ନଭଣ୍ଡାର ଯାଞ୍ଚ କରିବ। ଭାରତୀୟ ପ୍ରନୃତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ପକ୍ଷରୁ ଆସନ୍ତାକାଲି ଶ୍ରୀମନ୍ଦିର ରନ୍‌ଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ କରାଯିବ। ଏନେଇ ଏ.ଏସ୍.ଆଇ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନଙ୍କୁ ସୂଚନା ଦିଆଯାଇଛି। ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏହି ପ୍ରାରମ୍ଭିକ ନିରୀକ୍ଷଣ ଏବଂ ବୈଷୟିକ ଯାଞ୍ଚ ଅନୁଷ୍ଠିତ ହେବ। ଏ.ଏସ୍.ଆଇର ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ବରେ ନିରୀକ୍ଷଣ ହେବ। ଏନେଇ ଅପରାହ୍ନ ୨ଟା ପରଠାରୁ ରତ୍ନଭଣ୍ଡାର ଯାଞ୍ଚ ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, ମହାପ୍ରଭୁଙ୍କ ଭିତର ଓ ବାହାର ରତ୍ନଭଣ୍ଡାର ମରାମତି ହେବ। ଖୁବଶୀଘ୍ର ରତ୍ନଭଣ୍ଡାର ରହସ୍ୟ ଉପରୁ ପରଦା ହଟିବ। ଗୁପ୍ତକୋଠରୀ, ଗୁପ୍ତ ସୁଡଙ୍ଗ ଓ ଗୁପ୍ତଧନ ଚର୍ଚ୍ଚାରେ ପୂର୍ଣ୍ନଚ୍ଛେଦ ପଡ଼ିବ। ଆସନ୍ତାକାଲି ଏଏସଆଇ ପକ୍ଷରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରାରମ୍ଭିକ ନୀରିକ୍ଷଣ ବା ଯାଞ୍ଚ ଅନୁଷ୍ଠିତ ହେବ। ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ଏଏସ୍‌ଆଇ ଟେକ୍ନିକାଲ୍ ଟିମ୍ ରତ୍ନଭଣ୍ଡାରରେ ଜିପିଆର ସର୍ଭେ ଓ ଲେଜର ସ୍କନିଂ କରିବେ। ରତ୍ନଭଣ୍ଡାର ଚଟାଣ ତଳେ, କାନ୍ଥ ପଛପଟେ କଣକଣ ସବୁ ରହିଛି ଜିପିଆର ସର୍ଭେ ସବୁକିଛି ସ୍ପଷ୍ଟ କରିବ। ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିବା ପରେ ଏହି ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଆସନ୍ତାକାଲି ଏହି ପ୍ରକ୍ରିୟା ଆରମ୍ଭ ହେବ ବୋଲି ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନକୁ ସୂଚନା ଦେଇଛି ଏଏସଆଇ। ତେବେ ଏଏସ୍‌ଆଇ ଅତରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏହି ଯାଞ୍ଚ କାର୍ଯ୍ୟ କରାଯିବା ବେଳେ ସରକାରଙ୍କ ଦ୍ୱାରା ଅନୁମୋଦିତ ଏସ୍‌ଓପି ଅନୁସରଣରେ ହିଁ ଏହା କାର୍ଯ୍ୟ ହେବ। ରତ୍ନଭଣ୍ଡାର ମରାମତି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଥିବାରୁ ଏହାକୁ ସବୁ ମହଲରେ ସ୍ଵାଗତ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking