27.1 C
Bhubaneswar
Wednesday, February 4, 2026
Homeଓଡିଶାମଦ ପାଇଁ ମା’କୁ ଜାଳିଦେଲା ପୁଅ!

ମଦ ପାଇଁ ମା’କୁ ଜାଳିଦେଲା ପୁଅ!

ଭଦ୍ରକ: ନିଶାସକ୍ତ ପୁଅର ଉନ୍ମତ୍ତ କାଣ୍ଡ।  ମା’ଙ୍କ ଦେହରେ ନିଆଁ ଲଗାଇଦେଲା। ଆଜି ସକାଳ ୮ଟା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକଜିଲ୍ଲା ତିହିଡ଼ି ଥାନା ଅନ୍ତର୍ଗତ ବିଲଣା ପଞ୍ଚାୟତ ଗଳଗଣ୍ଡ ଗାଁରେ। ଅଭିଯୁକ୍ତ ହେଲା ଦେବାଶିଷ ନାୟକ(୪୫) ଓ ମାଆ ହେଲେ ଜ୍ୟୋତ୍ସ୍ନାରାଣୀ ନାୟକ(୬୫)।ସୂଚନା ଅନୁଯାୟୀ, ତିହିଡ଼ି ଥାନା ଅନ୍ତର୍ଗତ ବିଲଣା ପଞ୍ଚାୟତ ଗଳଗଣ୍ଡ ଗାଁର ଦେବାଶିଷ ନାୟକ ଜଣେ ନିୟମିତ ନିଶା ସେବନକାରୀ। ସେ ସକାଳ ୮ଟା ବେଳେ ନିଜ ମାଙ୍କୁ ପିଟିଥିଲା। ମା’ ତଳେ ପଡ଼ିଯିବା ପରେ ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା। ଏହାପରେ ପଡ଼ୋଶୀଙ୍କ ପାଟି ଶୁଣି ସେ କେଉଁଆଡ଼େ ଚମ୍ପଟ ମାରିଥିଲା।ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।ତେଣେ ପୁଲିସ ଫେରାର ଅଭିଯୁକ୍ତ ଦେବାଶିଷ ନାୟକକୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଅ‌ାଲୋଡ଼ନ ସୃଷ୍ଟି କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking