28.1 C
Bhubaneswar
Sunday, March 22, 2026
Homeଅପରାଧବାପା-ମାଆଙ୍କୁ ହତ୍ୟା କଲା ପୁଅ

ବାପା-ମାଆଙ୍କୁ ହତ୍ୟା କଲା ପୁଅ

ପାଟନା : ମୋବାଇଲ୍ ଖେଳର ନିଶା ଏତେ ବିପଜ୍ଜନକ ହୋଇଯାଉଛି ଯେ ଲୋକମାନେ ନିଜ ପ୍ରିୟଜନଙ୍କ ଜୀବନ ନେବାକୁ ମଧ୍ୟ ପଛଉ ନାହାଁନ୍ତି। ବିହାରରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ମୋବାଇଲ୍ ଖେଳ ପ୍ରତି ନିଶା ହେତୁ ଜଣେ ପୁଅ ନିଜ ବାପାମା’ଙ୍କୁ ହତ୍ୟା କରିଛନ୍ତି । ମଙ୍ଗଳବାର ବିହାରର ନାଲଣ୍ଡା ଜିଲ୍ଲା ଥନାରେ ଏଭଳି ଏକ ହତ୍ୟା ମାମଲା ପୋଲିସ ରୁଜୁ କରିଛି । ଏହି ମାମଲାରେ ପୋଲିସ ଅଭିଯୁକ୍ତ ଭିପିନ କୁମାରଙ୍କୁ ଗିରଫ କରିଛି । ମୋବାଇଲ୍ ଖେଳ ଏବଂ ଜୁଆରେ ନିଶା ଥିବାରୁ ଅଭିଯୁକ୍ତ ତାଙ୍କ ପିତାମାତାଙ୍କୁ ହତ୍ୟା କରିଥିବା ପୋଲିସ କହିଛି । ଖବର ମୁତାବକ, ଭିପିନ ଗ୍ରାମବାସୀଙ୍କଠାରୁ ଊଣ ନେଇ ଜୁଆ ଖେଳୁଥିଲେ ଏବଂ ଜୁଆ ଖେଳି ଦୁଇ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହରାଇ ବସିଥିଲେ । ସେପଟେ, ପୁଅର ଏଭଳି ନିଶା ଦ୍ୱାରା ଅସୁବିଧାରେ ପଡ଼ି ବାପାମା’ ତାଙ୍କର ଏଭଳି ଅଭ୍ୟାସକୁ ବିରୋଧ କରିଥିଲେ।

ଯେଉଁଥିପାଇଁ ତାଙ୍କ ପୁଅ ସେମାନଙ୍କ ଜୀବନର ଶତ୍ରୁ ପାଲଟିଯାଇଥିଲା । ଅଭିଯୁକ୍ତଙ୍କ କହିବା ଅନୁଯାୟୀ, ସେ ନଭେମ୍ବର ୧୭ ରାତିରେ କ୍ରୋଧିତ ହୋଇ ହତ୍ୟାକାଣ୍ଡକୁ ସୁଚିନ୍ତିତ ଭାବରେ ଯୋଜନା କରିଥିଲେ ଏବଂ ଏହି ଘଟଣାର ଅଞ୍ଜାମ ଦେଇଥିଲେ । ଏହା ପରେ, ନିଜକୁ ବଞ୍ଚାଇବା ଯାଇ ଅଭିଯୁକ୍ତ ମୃତଦେହକୁ ପୋଡ଼ି ଦେଇ ବୈଦ୍ୟୁତିକ କରେଣ୍ଟ ଯୋଗୁଁ ଏହି ମୃତ୍ୟୁ ଘଟିଥିବା ଏକ ମିଥ୍ୟା କାହାଣୀ ସୃଷ୍ଟି କରିଥିଲେ । ପରଦିନ ଅଥାର୍ତ ନଭେମ୍ବର ୧୮ ତାରିଖ ସକାଳେ ଦମ୍ପତିଙ୍କ ମୃତ୍ୟୁ ସମ୍ପୂର୍ଣ୍ଣ ଅଞ୍ଚଳରେ ବ୍ୟାପିଯାଇଥିଲା । ଏହାପରେ, ସ୍ଥାନୀୟଲୋକେ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ପୋଲିସ କିଛି ପ୍ରମାଣ ପାଇଥିଲା, ଯାହାକୁ ଆଧାର କରି ପୋଲିସ ଅଭିଯୁକ୍ତଙ୍କୁ ପଚରାଉଚରା କରିଥିଲା। ତେବେ, ପଚରାଉଚରା ବେଳେ ଅଭିଯୁକ୍ତ ନିଜ ଅପରାଧ ସ୍ୱୀକାର କରିଥିବାବେଳେ ବର୍ତ୍ତମାନ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନାଲଣ୍ଡା ଡିଏସ୍‌ପି କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking