33.1 C
Bhubaneswar
Monday, February 23, 2026
Homeଅପରାଧମା’କୁ ହତ୍ୟା କରି ମାତୃଋଣ ଶୁଝିଲା ପାପୀ ପୁଅ

ମା’କୁ ହତ୍ୟା କରି ମାତୃଋଣ ଶୁଝିଲା ପାପୀ ପୁଅ

ବାଲେଶ୍ୱର : ପରକୀୟା ପ୍ରୀତି ପାଇଁ ମା’ର ଜୀବନ ନେଲା ପୁଅ । ଲୁଚିଛପି ପ୍ରେମ କରୁଥିବା ମା’ ଉପରେ ସନ୍ଦେହ କରୁଥିଲା ପୁଅ । କିନ୍ତୁ ଆଖି ସାମ୍ନାରେ ମା’ର ଚୋରାପ୍ରୀତି ଦେଖିଲା ପରେ ଏହାକୁ ସହ୍ୟ କରିପାରି ନଥିଲା ପୁଅ। ରାଗକୁ ଆୟତ୍ତ କରିପାରିନଥିଲା ଭେଣ୍ଡିଆ ପୁଅ ଶେଷରେ କାଠଫାଳିଆରେ ମା’କୁ ପିଟି-ପିଟି ମାରିଦେଲା। ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ବାଘମରା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ନୀଳଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୁଅକୁ ଗିରଫ କରିଛି। ସୂଚନା ମୁତାବକ ବୁଧବାର ଅପରାହ୍ନରେ ବାଘମରା ଗ୍ରାମର ବିଧବା କଙ୍କିମଣି ସିଂ (୪୫) ସେହି ଗ୍ରାମର ବାୟା ନାମକ ଏକ ଯୁବକଙ୍କ ସହିତ କଥାବାର୍ତ୍ତା ହେଉଥିଲା ।

ଠିକ ସେତିକିବେଳେ ସାନପୁଅ ଦୁର୍ଗା ସିଂ (୨୪) ଦେଖିଥିଲା। ମା’ ଓ ବାୟା ଏକାଠି ଥିବାରୁ ପୁଅ ଏହାକୁ ପାପ ସଂପର୍କ ବୋଲି ସନ୍ଦେହ କରିଥିଲା। ଫଳରେ ସେ ହିତାହିତ ଜ୍ଞାନ ହରାଇ ଘରେ ପଡ଼ିଥିବା ଏକ କାଠଫାଳିଆରେ ପିଟିପିଟି ନିଜ ମା’କୁ ମାରିଦେଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଶବ ବ୍ୟବଚ୍ଛେଦ ପାଇଁ ମୃତଦେହ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ତଦନ୍ତ ଆରମ୍ଭ କରିଛି। ଘଟଣା ସଂପର୍କରେ ସ୍ଥାନୀୟ ଲୋକଙ୍କ ଠାରୁ ଅବଗତ ହେଲା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା । ଶବ ବ୍ୟବଚ୍ଛେଦ ପାଇଁ ମୃତଦେହ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ତଦନ୍ତ ଆରମ୍ଭ କରିଛି। ନୀଳଗିରି ଏସଡିପିଓ ପ୍ରମୋଦ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ପରକୀୟା ପ୍ରୀତିରେ ଲିପ୍ତ ଥିବା ଯୁବକଙ୍କୁ ଖୋଜିବା ଆରମ୍ଭ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking