19.1 C
Bhubaneswar
Tuesday, December 24, 2024
Homeଦେଶ ବିଦେଶକଳାଯାଦୁ ସନ୍ଦେହରେ ମା'କୁ ହତ୍ୟା କଲା ପୁଅ

କଳାଯାଦୁ ସନ୍ଦେହରେ ମା’କୁ ହତ୍ୟା କଲା ପୁଅ

ନୂଆଦିଲ୍ଲୀ : ଦିଲ୍ଲୀର ବଦରପୁର  ଅଞ୍ଚଳରୁ ଏକ ସମ୍ବେଦନଶୀଳ  ଘଟଣା ସାମ୍ନାକୁ ଆସିଛି । ୩୧ ବର୍ଷୀୟ ଯୁବକ ତାଙ୍କ ମାଙ୍କୁ ଅତି ନିର୍ମମ ଭାବେ  ହତ୍ୟା କରିଥିଲେ । ପୋଲିସର  ସୁତ୍ରରୁ ଜଣାପଡିଛି ଯେ, ଅଭିଯୁକ୍ତ ଜଣେ ନିଶା ସେବକ । ସେ କାନାଡା ଯାଇ   ରହିବାକୁ ଚାହୁଁଥିବା ବେଳେ  ତାଙ୍କ ମା ଗୀତା ତାଙ୍କୁ  ବିବାହ କରିବାକୁ ଚାହୁଁଥିଲେ ।  ଏହାଛଡା ଅଭିଯୁକ୍ତ ସନ୍ଦେହ କଲା ଯେ ତାଙ୍କ ମା ତାଙ୍କ ଉପରେ କଳାଯାଦୁ କରୁଛନ୍ତି । ଯେଉଁଥିପାଇଁ ସେ ବିଦେଶ ଯାଇପାରୁନଥିଲେ । ଏହି ଭ୍ରମରେ  ସେ ନିଜ ମାଙ୍କୁ ହତ୍ୟା କରିଥିଲେ । ଆପୋଲୋ ହସ୍ପିଟାଲରୁ ପୋଲିସ ସୂଚନା ପାଇଥିଲା ଯେ ,  ମହିଳାଙ୍କୁ ମୃତ ଅବସ୍ଥାରେ ଡାକ୍ତରଖାନାକୁ ଅଣାଯାଇଛି  ।  ତାଙ୍କ ଶରୀରରେ ଅନେକ ଛୁରୀ ଦାଗ ରହିଥିଲା ।  ନଭେମ୍ବର ୮ତାରିଖ ସନ୍ଧ୍ୟାରେ ମାକୁ ହତ୍ୟା ପରେ  ଅଭିଯୁକ୍ତ କୃଷ୍ଣକାନ୍ତ  ତାଙ୍କ ପିତାଙ୍କୁ ଡାକିଥିଲେ । ତାଙ୍କ ବାପା ପହଞ୍ଚିବା ପରେ  ପୁଅ ସରି କହି  ତାଙ୍କୁ  ଘରର ପ୍ରଥମ ମହଲାକୁ ନେଇ  ବାହାରୁ ତାଲା ପକାଇ  ପଳାଇ ଯାଇଥିଲେ  । ଯେତେବେଳେ ପ୍ରଥମ ମହଲାକୁ ଗଲେ ସେତେବେଳେ  ତାଙ୍କ ପତ୍ନୀଙ୍କୁ ରକ୍ତ ଭିଜା ଅବସ୍ଥାରେ ଦେଖିଲେ । ତାଙ୍କୁ ତୁରନ୍ତ  ପଡୋଶୀଙ୍କ ସହାୟତାରେ  ଡାକ୍ତରଖାନାକୁ ନେଇଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୁରଜିତଙ୍କ ଅଭିଯୋଗରେ  ପୋଲିସ  ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି  । ପୋଲିସ ଅଭିଯୁକ୍ତ କୃଷ୍ଣକାନ୍ତକୁ ଧରି ପଚରା ଉଚରା କରୁଛି  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking