23.1 C
Bhubaneswar
Monday, January 19, 2026
Homeଅପରାଧ୨୦ ହଜାର ଟଙ୍କା ପାଇଁ ମା’କୁ ମାରିଦେଲା ପୁଅ

୨୦ ହଜାର ଟଙ୍କା ପାଇଁ ମା’କୁ ମାରିଦେଲା ପୁଅ

ଗାଜିଆବାଦ: ମାତ୍ର ୨୦ ହଜାର ଟଙ୍କା ପାଇଁ ପୁଅ ନିଜ ଜନ୍ମକଲା ମା’କୁ ଅତ୍ୟନ୍ତ ନୃଶଂସ ଭାବେ ହତ୍ୟା କରିଛି। ଏଭଳି ଏକ ଅଭାବନୀୟ ଘଟଣା ଗାଜିଆବାଦର ଟ୍ରୋନିକା ସିଟି ଅଞ୍ଚଳରୁ ସାମ୍ନାକୁ ଆସିଛି। ଏଠାରେ ୪୭ ବର୍ଷୀୟ ସଙ୍ଗୀତା ତ୍ୟାଗୀଙ୍କୁ ତାଙ୍କ ପୁଅ ସୁଧୀର (୨୬/୨୭ ବର୍ଷ) ନିଜ ସାଙ୍ଗମାନଙ୍କ ସହ ମଉଜମଜଲିସ୍ କରିବା ଏବଂ ଡିଜେ ବଜାଇବା ପାଇଁ ୨୦ ହଜାର ଟଙ୍କା ମାଗିଥିଲା। କିନ୍ତୁ ମା’ ସଙ୍ଗୀତା ତ୍ୟାଗୀ ଏତେଗୁଡ଼ିଏ ପଇସା ଦେବାକୁ ମନା କରିଦେଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ପୁଅ ୨ ସାଙ୍ଗଙ୍କ ସହ ମିଶି ନିଜ ମା’କୁ ହିଁ ହତ୍ୟା କରିଦେଇଛି।

ପୁଲିସ୍ ରିପୋର୍ଟ ଅନୁସାରେ ଗତ ଅକ୍ଟୋବର ୪ ତାରିଖ ସକାଳେ ଗାଜିଆବାଦର ଟ୍ରୋନିକା ସିଟି ଅଞ୍ଚଳରୁ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା। ତଦନ୍ତ ବେଳେ ମୃତକଙ୍କ ନାମ ସଙ୍ଗୀତା ତ୍ୟାଗୀ (୪୭) ଏବଂ ସେ ଏହି ଅଞ୍ଚଳରେ ଏକ ଛୋଟ କପଡ଼ା ଦୋକାନରେ କାମ କରୁଥିବା ଜଣାପଡିଥିଲା। ସେହିପରି ତଦନ୍ତ ସମୟରେ ସଙ୍ଗୀତାଙ୍କ ପୁଅ ସୁଧୀର ସବୁବେଳେ ନିଶା ସେବନ କରୁଥିବା ଏବଂ ଏକାଧିକ ଲୁଟ୍ ଓ ଅପରାଧିକ ଘଟଣାର ଅଭିଯୁକ୍ତ ବୋଲି ମଧ୍ୟ ପୁଲିସ ଜାଣିବାକୁ ପାଇଥିଲା। ତେବେ ନିକଟରେ ମା’ ସଙ୍ଗୀତାଙ୍କୁ ଡିଜେ ମିକ୍ସରର ମରାମତି ପାଇଁ ସୁଧୀର ୨୦ ହଜାର ଟଙ୍କା ମାଗିଥିଲା। ହେଲେ ଟଙ୍କା ଦେଲେ ପୁଅ ନିଶା ଖାଇଦେବ ବୋଲି ଆଶଙ୍କା କରି ସଙ୍ଗୀତା ପୁଅକୁ ପଇସା ଦେବାକୁ ମନା କରିଦେଇଥିଲେ।

ତେବେ ଅକ୍ଟୋବର ୩ ତାରିଖ ରାତିରେ ସୁଧୀର ବାଇକ୍‌ରେ ନିଜ ମା’ଙ୍କୁ ସଂଗୀତାଙ୍କୁ ନେଇଯାଉଥିବାର ଲୋକେ ଦେଖିଥିଲେ। କିନ୍ତୁ ସେବେଠାରୁ ସଂଗୀତାଙ୍କୁ ଆଉ କେହି କେବେ ଦେଖିନଥିବା ପୁଲିସ୍‌କୁ ଲୋକେ କହିଥିଲେ। ପୁଲିସ୍ ଏତିକି ଜାଣିବା ପରେ ଯେତେବେଳେ ସୁଧୀରକୁ ଟାଣ କରି ଏସମ୍ପର୍କରେ ଜେରା କରିବା ଆରମ୍ଭ କରିଥିଲା ସେତେବେଳେ ସେ ସବୁକିଛି ମାନିଯାଇଥିଲା। ମା’କୁ ନେଇ ସେ ଏକ ନିଛାଟିଆ ଯାଗାକୁ ଯାଇଥିଲା। ସେଠାରେ ପୂର୍ବରୁ ତା’ର ଦୁଇ ବନ୍ଧୁ ଅଙ୍କିତ ଓ ସଚିନ ପୂର୍ବ ପ୍ରସ୍ତୁତି ପୂର୍ବକ ଲୁଚି ରହିଥିଲେ। ସେଠାରେ ସେମାନେ ସଙ୍ଗୀତାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଥିଲେ। ଏହାପରେ ମୃତଦେହକୁ ଟ୍ରୋନିକା ସିଟିରେ ଫିଙ୍ଗି ଫେରାର ହୋଇଯାଇଥିଲେ। ପୁଲିସ ହତ୍ୟାକାରୀ ପୁଅ ସୁଧୀର ଏବଂ ତା’ର ୨ ସାଙ୍ଗଙ୍କୁ ଗିରଫ କରି ଜେଲ୍ ପଠାଇଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking