33.1 C
Bhubaneswar
Wednesday, October 16, 2024
Homeଅପରାଧବାପା-ମା’ଙ୍କ ସାମ୍ନାରେ ପୁଅକୁ ହତ୍ୟା

ବାପା-ମା’ଙ୍କ ସାମ୍ନାରେ ପୁଅକୁ ହତ୍ୟା

ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇ ଏବେ ଚର୍ଚ୍ଚାରେ ରହିଛି । ଦୁଇ ଦିନ ପୂର୍ବରୁ ମୁମ୍ବାଇରେ ଏନସିପି ନେତା ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଅନ୍ୟପଟେ ମୁମ୍ବାଇର ଦିଣ୍ଡୋଶୀରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି । ହତ୍ୟାକଣ୍ଡର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । କିଛି ଲୋକ ଯୁବକଙ୍କୁ ପଟିପିଟି ମାରିଦେଇଥିବା ଦେଖିବାକୁ ମିଳିଛି । ଅତ୍ୟନ୍ତ ହୃଦୟ ବିଦାରକ ଏହି ଭିଡିଓରେ ପୁଅର ଜୀବନ ରକ୍ଷା ପାଇଁ ବାପା-ମା କିଭଳି କାକୁତି ମିନତୀ ହେଉଛନ୍ତି ତାହା ସମସ୍ତଙ୍କ ଆଖିରେ ଲୁହ ନେଇଆସିବ ନିଶ୍ଚୟ । ଶତଚେଷ୍ଟା ପରେ ମଧ୍ୟ ବାପା-ମା ନିଜର ୨୭ ବର୍ଷୀୟ ପୁଅର ଜୀବନ ବଞ୍ଚାଇ ପାରିଲେ ନାହିଁ ।

ଭିଡ଼ ହିଂସାର ଶିକାର ହୋଇ ଯୁବକଙ୍କ ମୃତ୍ୟୁ ହୋଇଛି । ପୁଅକୁ ବଞ୍ଚାଇବା ପାଇଁ ତା ଉପରେ ମା’ ଶୋଇପଡ଼ିଲା ଏବଂ ବାପା ହାତ ଯୋଡି ପୁଅକୁ ଛାଡ଼ି ଦେବାକୁ ଗୁହାରି କରୁଥିଲା । ଏସବୁ ସତ୍ତ୍ୱେ କିଛି ରାକ୍ଷସ ବୁଢ଼ା ବାପା-ମାକୁ ମାଡ଼ ମାରିବାକୁ ବି ପଛାଇଲେ ନାହିଁ । ତଳେ ପଡ଼ିଯାଇଥିବା ଯୁବକଙ୍କୁ ଗୋଇଠା ମାରି ମାରି ମାରିଦେଲେ ଅସାମାଜିକ ଲୋକମାନେ । ଏହି ଭିଡିଓ ଏବେ ଭାଇରାଲ୍ ହେଉଥିବା ବେଳେ ସମାଜରେ ମଣିଷ ପଣିଆ କିଭଳି ମରିଯାଇଛି ତାକୁ ଦର୍ଶାଉଛି । ପୋଲିସର ସୂଚନା ଅନୁସାରେ, ମୃତକଙ୍କ ନାଁ ଆକାଶ । ବାପା-ମାଙ୍କୁ ନୂଆ କାରରେ ନେଇ ଯାଉଥିବା ବେଳେ ରାସ୍ତାରେ ଏକ ଅଟୋକୁ ଓଭରଟେକ୍ କରିଥିଲେ ଆକାଶ । ଏହାକୁ ନେଇ ଅଟୋ ଡ୍ରାଇଭର ଏବଂ ଆକାଶଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଅଟୋ ଡ୍ରାଇଭର ଏବଂ ତାର କିଛି ସାଥି ଆକାଶଙ୍କ ଉପରେ ଆକ୍ରମଣ କରିଥିଲେ । ଏହାକୁ ଦେଖି ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking