ବଲାଙ୍ଗୀର: ବଲାଙ୍ଗୀର ସହରରେ ଚାଞ୍ଚଲ୍ୟ । ତୁଳସୀ ନଗର ପଡାରେ ଯଦୁମଣି ବଗର୍ତ୍ତୀ ନାମକ ଜଣେ ବ୍ୟକ୍ତିଙ୍କୁ କୋଦାଳରେ ଲାଗିଥିବା ବାଡିରେ ପିଟି ହତ୍ୟା କରାଯାଇଛି । ମଙ୍ଗଳବାର ରାତିରେ ତୁଳସୀନଗର ଏକ ଗଳି ରାସ୍ତାରୁ ଗୁରୁତର ଅବସ୍ଥାରେ ଟାଉନ ପୋଲିସ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ପାରିବାରିକ କଳହରୁ ମାମୁଁ ଭଣଜା ମାଡପିଟ ହୋଇଥିବା ଚର୍ଚ୍ଚା ହେଉଛି । ହତ୍ୟାକୁ ନେଇ ପୋଲିସ କାହାକୁ ଗିରଫ କରିନାହିଁ । ଅନ୍ୟପଟେ ପୋଲିସ ଟିମ ପହଞ୍ଚି ତଦନ୍ତ ଚଳାଇଛି । ଯଦୁ ମଣି ବଗର୍ତ୍ତୀଙ୍କ ମୃତ୍ୟୁକୁ ନେଇ ଟାଉନ ପୋଲିସ ପକ୍ଷରୁ ତଦନ୍ତ କରାଯାଉଥିବା ଟାଉନ ଥାନା ଅଧିକାରୀ ଅବନୀ ସାହୁ କହିଛନ୍ତି । ଅନ୍ୟପଟେ ଏହି ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖିଛି ।










