16.1 C
Bhubaneswar
Sunday, December 21, 2025
Homeଓଡିଶାଜ୍ୱାଇଁ କାଟିଲା ଶ୍ୱଶୁରର ବେକ

ଜ୍ୱାଇଁ କାଟିଲା ଶ୍ୱଶୁରର ବେକ

ଗଞ୍ଜାମ: ଜ୍ୱାଇଁ କାଟିଦେଲା ଶ୍ୱଶୁରଙ୍କ ବେକ । ଗଞ୍ଜାମ ଜିଲ୍ଲା କୋଟିନଡ଼ା ଥାନା ଅଞ୍ଚଳରୁ ଆସିଛି ଏହି ବୀଭତ୍ସ ଖବର । କୋଟିନଡ଼ା ଥାନା ଅନ୍ତର୍ଗତ ଗୁଡ଼ିସର ଗାଁରେ ଘଟିଛି ଏହି ଅମାନୁଷିକ କାଣ୍ଡ ।  ଜ୍ୱାଇଁର ଆକ୍ରମଣରେ ଗୁରୁତର ଆହତ ହେଉଛନ୍ତି ଗୁଡ଼ିସର ଗାଁର ୪୭ ବର୍ଷ ବୟସ୍କ କଂଗ୍ରେସ ନାହାକ। କୌଣସି କଥାକୁ ନେଇ ଗତକାଲି ଜ୍ୱାଇଁ ଏକ ଧାରୁଆ ଅସ୍ତ୍ରରେ ଶ୍ୱଶୂରଙ୍କୁ ଆକ୍ରମଣ କରିଥିଲା। ଶ୍ବଶୁରଙ୍କ ବେକକୁ ଧାରୁଆ ଅସ୍ତ୍ରରେ କାଟି ଅଭିଯୁକ୍ତ ଜ୍ୱାଇଁ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଗୁରୁତର ଅବସ୍ଥାରେ କଂଗ୍ରେସ ନାହାକଙ୍କୁ ପ୍ରଥମେ ଆସିକା ମେଡିକାଲରେ ଭର୍ତ୍ତି କରିଥିଲେ ପରିବାର । ତେବେ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏପଟେ ଖବର ପାଇ ଗୁଡ଼ିସର ଥାନା ପୋଲିସ ଘଟଣାର ତଦନ୍ତ ଚଳାଇବା ସହ ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ ଚଳାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking