19.1 C
Bhubaneswar
Friday, February 6, 2026
Homeଦେଶ ବିଦେଶଶ୍ୱଶୁରଙ୍କୁ ନିଆଁ ଲଗାଇ ମାରିଦେଲା ଜ୍ୱାଇଁ

ଶ୍ୱଶୁରଙ୍କୁ ନିଆଁ ଲଗାଇ ମାରିଦେଲା ଜ୍ୱାଇଁ

ଗାଜୀପୁର: ନିଶାଡି ଜ୍ୱାଇଁ ଅତ୍ୟାଚାରରୁ ନିଜ ଝିଅକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ଜଣେ ବାପା ନିଜ ଜୀବନ ହରାଇଛନ୍ତି। ଘଟଣାଟି ଦିଲ୍ଲୀର ଗାଜୀପୁରରେ ଘଟିଛି। ୬୦ ବର୍ଷୀୟ ରଣବୀର ସିଂହଙ୍କୁ ତାଙ୍କ ଜ୍ୱାଇଁ ନିଆଁ ଲଗାଇ ଦେଇଥିଲା । ନିଆଁରେ ଶରୀରର କିଛି ଜଳି ଯାଇଥିବା ରଣବୀର ସିଂହ ଅନେକ ଦିନ ଧରି ହସ୍ପିଟାଲରେ ମୃତ୍ୟୁ ସହ ଲଢ଼ୁଥିଲେ । ଶେଷରେ ସେ ମୃତ୍ୟୁ ବରଣ କରିଛନ୍ତି। ତେବେ ଏ ଦୁନିଆ ଛାଡ଼ିବା ପୂର୍ବରୁ ସେ ପୋଲିସକୁ ତାଙ୍କ ଜ୍ୱାଇଁର କଳା କାରନାମା ଜଣାଇ ଦେଇଥିଲେ।

ସୂଚନା ଅନୁସାରେ, ଚିକିତ୍ସା ସମୟରେ ରଣବୀର ସିଂହ ପୋଲିସକୁ କହିଥିଲେ ଯେ ସେ ନିଜ ଝିଅ ନିଶାକୁ ତାଙ୍କ ସ୍ୱାମୀ ସନ୍ଦୀପଙ୍କଠାରୁ ବଞ୍ଚାଇବାକୁ ଚେଷ୍ଟା କରୁଥିଲେ। ସନ୍ଦୀପ ପ୍ରାୟତଃ ମଦ ନିଶାରେ ନିଶାଙ୍କୁ ଅଧିକାଂଶ ସମୟରେ ମାରପିଟ କରୁଥିଲେ। ଏହି ବୟାନ ଆଧାରରେ ସନ୍ଦୀପଙ୍କୁ ଗିରଫ କରାଯାଇଛି। ଘଟଣାଟି ୧୬ ଅଗଷ୍ଟରେ ସାମ୍ନାକୁ ଆସିଥିଲା । ଏହା ପରେ ଏତଲା ରୁଜୁ ହୋଇଥିଲା ଏବଂ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ବାପା ରଣବୀର ସିଂହ ନିଜ ଝିଅକୁ ତା ସ୍ୱାମୀ ସବୁବେଳେ ମାରପିଟ କରୁଥିବା ଦେଖି ବିରକ୍ତ ହୋଇ ପଡ଼ିଥିଲେ। ଅଗଷ୍ଟ ୭ରେ ଝିଅର ସୁରକ୍ଷା ପାଇଁ ସେ ତାଙ୍କୁ ନିଜ ଘରକୁ ଆଣିଥିଲେ। ଏହା ପରେ ସନ୍ଦୀପ ବହୁତ ରାଗି ଯାଇଥିଲା। ସେ ବାରମ୍ବାର ନିଶାକୁ ତା ଘରେ ଛାଡିବା ପାଇଁ ଚାପ ପକାଉଥିଲା । କିନ୍ତୁ ରଣବୀର ତାଙ୍କ ଝିଅକୁ ଫେରାଇବାକୁ ପ୍ରସ୍ତୁତ ନଥିଲେ।

ଅଗଷ୍ଟ ୧୬ ସକାଳ ପ୍ରାୟ ୬ଟା ବେଳେ ରଣବୀର ଗାଧୋଇବାକୁ ପ୍ରସ୍ତୁତ ହେଉଥିଲେ। ଏହି ସମୟରେ ସନ୍ଦୀପ ସକାଳୁ ସକାଳୁ ତାଙ୍କ ଘରେ ପହଞ୍ଚି ଯାଇଥିଲା । ତା ହାତରେ ପ୍ରାୟ ୩୦୦ ଏମଏଲର ଏକ ପ୍ଲାଷ୍ଟିକ ବୋତଲ ଥିଲା । ସେଥିରେ ପେଟ୍ରୋଲ ଥିଲା। ତାର ଅନ୍ୟ ହାତରେ ଏକ ଲାଇଟର ଥିଲା। ମୃତ୍ୟୁ ପୂର୍ବରୁ ପୋଲିସକୁ ରଣବୀର ସିଂହ କହିଥିଲେ ଯେ, ସନ୍ଦୀପ କହିଥିଲା ନିଶାକୁ କାହିଁକି ପଠାଉ ନାହଁ? ଆଜି ଶିକ୍ଷା ଦେବି। ଏହା କହି ସନ୍ଦୀପ ରଣବୀରଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା। ସେ ତୁରନ୍ତ ସେଠାରୁ ଫେରାର ହୋଇଥିଲା। ରଣବୀରଙ୍କୁ ଜଳୁଥିବା ଦେଖି ତାଙ୍କ ପତ୍ନୀ ସନ୍ତୋଷ ଓ ଝିଅ ନିଶା ତୁରନ୍ତ ସେଠାରେ ପହଞ୍ଚିଥିଲେ। ତାଙ୍କ ପୁଅ ପୋଲିସକୁ ଖବର ଦେଇଥିଲେ। ହସ୍ପିଟାଲରେ ପରୀକ୍ଷାରେ ଜଣାପଡ଼ିଥିଲା ଯେ ମୁହଁ, ଛାତି ଓ ଶରୀରର ୨୦ ପ୍ରତିଶତ ଅଂଶ ଜଳିଯାଇଛି। ପୋଲିସ ଘଟଣାସ୍ଥଳରୁ ଏକ ଜଳିଯାଇଥିବା ପ୍ଲାଷ୍ଟିକ ବୋତଲ ଓ ଏକ ହଳଦିଆ ଲାଇଟର ଉଦ୍ଧାର କରିଥିଲା। ଗାଜୀପୁର ଥାନାରେ ବିଏନଏସର ଧାରା ଅନୁଯାୟୀ ମାମଲା ରୁଜୁ ହୋଇଥିଲା। ସନ୍ଦୀପକୁ ଗିରଫ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking