16.1 C
Bhubaneswar
Monday, February 9, 2026
Homeଓଡିଶାଯୌତୁକ ସାମଗ୍ରୀ ପୋଡ଼ିଦେଲେ ଜ୍ୱାଇଁ

ଯୌତୁକ ସାମଗ୍ରୀ ପୋଡ଼ିଦେଲେ ଜ୍ୱାଇଁ

ନୟାଗଡ଼: ଅଲାଜୁକ ଜ୍ୱାଇଁ! ବାହାଘରର ୨୦ ବର୍ଷ ପରେ ମନେ ପଡ଼ିଲା ଯୌତୁକ କଥା। ବଢ଼ିଲା ପୁଅ ଝିଅଙ୍କ ଆଗରେ ଯୌତୁକରେ ଆପାଚି ଗାଡ଼ି ଦାବି ପତ୍ନୀଙ୍କୁ ମାଡ଼ ମାରୁଥିଲେ। ଯେଉଁଥିପାଇଁ ପତ୍ନୀ ବାପ ଘରକୁ ପଳାଇ ଯାଇଥିଲେ। ଏହା ପରେ ଶ୍ୱଶୁର ଘର ଆଗରେ ବାହାଘର ସମୟରେ ମିଳିଥିବା ଜାନି ଯୌତୁକ ବାବଦରେ ନିଆଁ ଲଗାଇ ପୋଡ଼ିଦେଲେ। ଏପରି ଘଟଣା ନୟାଗଡ଼ ଜିଲ୍ଲାରେ ଘଟିଛି। ୨୦ ବର୍ଷ ତଳେ ଦଶପଲ୍ଲା ଥାନା ବୁରୁସାହି ଗାଁର ବିଜୟ ନାୟକ ନେଳିଗୁଡ଼ା ଗ୍ରାମର ମମତା ନାୟକଙ୍କୁ ବିବାହ କରିଥିଲେ। ଦେଖାଚୁଆଁ ପରେ ବୈଦିକ ରୀତିନୀତିରେ ବିବାହ ହୋଇଥିଲା। ବାହାଘର ପରେ ପରିବାର ଠିକ୍‌ଠାକ୍‌ ଚାଲିଥିଲେ। ବିଜୟ ଯାହା ରୋଜଗାର କରୁଥିଲେ, ସେଥିରେ ଚଳୁଥିଲା ତେଲ ଲୁଣର ସଂସାର। ଦୁଇ ପିଲାର ବାପା-ମାଆ ହୋଇଥିଲେ ବିଜୟ ଓ ମମତା। ହେଲେ ହଠାତ୍‌ କ’ଣ ହେଲା କେଜାଣି ପରିବାରିକ ସଂସାରରେ ଉଠିଲା ଅଶାନ୍ତିର ଝଡ଼।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking