ଭୁବନେଶ୍ୱର: ଶ୍ୱଶୁର ଘରେ ଜ୍ୱାଇଁର ଉନ୍ମକ୍ତ କାଣ୍ଡ । ସ୍ତ୍ରୀ ସହିତ ଶାଶୁ ଶ୍ୱଶୁରଙ୍କୁ ହାଣିଦେଲା ଜ୍ୱାଇଁ । ବାଙ୍କୀ ଶିଶୁଆ ଗାଁରେ ଶ୍ୱଶୁର ଘେର ରହୁଥିବା ନିଜ ପତ୍ନୀଙ୍କୁ ସାଙ୍ଗରେ ନେବାକୁ ବାଧ୍ୟ କରି ସେ ଗଣ୍ଡଗୋଳ କରିଥିଲା । ଶେଷରେ କଟୁରୀରେ ସେ ନିଜକୁ ହାଣି ରକ୍ତାକ୍ତ କରିବା ବେଳେ ଶ୍ୱଶୁର ଏବଂ ଶାଶୁ ପ୍ରତିବାଦ କରିଥବାରୁ ଉଭୟଙ୍କୁ ହାଣିଥିଲା ଜ୍ୱାଇଁ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସମସ୍ତଙ୍କୁ ବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛିି । ପତ୍ନୀ ପୁଷ୍ପା ଦାସଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କଟକ ବଡ ମେଡିକାଲକୁ ସ୍ତାନାନ୍ତର କରାଯାଇଛି । ପୋଲିସ ଏବେ ଘଟଣାରେ ତଦନ୍ତ ଆରମ୍ଭ କରିଛି ।










