ଭଦ୍ରକ: ପୁଅର ଭୁଜାଲି ଆକ୍ରମଣରେ ବୃଦ୍ଧ ପିତାମାତା ଗୁରୁତର।ଏଭଳି ଘଟଣା ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଖେରଙ୍ଗ ଗ୍ରାମପଞ୍ଚାୟତ ଅନ୍ତର୍ଗତ ତଳବନ୍ଧ ଗ୍ରାମରେ ଘଟିଛି। ସୁଚନା ଅନୁସାରେ ପାରିବାରିକ କାରଣରୁ ଗତକାଲି ସନ୍ଧ୍ୟାରେ ଏଭଳି ଘଟଣା ଭିଆଇ ପୁଅ ଫେରାର ହୋଇଯାଇଛି।ଘଟଣାସ୍ଥଳରେ ଖେରଙ୍ଗ ସରପଞ୍ଚ ପହଞ୍ଚି ଉଭୟଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଡାକ୍ତରଖାନାକୁ ନେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପ୍ରଥମେ ଚାନ୍ଦବାଲି ମେଡିକାଲକୁ ନିଆଯାଇଥିଲା । ପରେ କଟକକୁ ରେଫର କରାଯାଇଛି। ଉଭୟଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ଫେରାର ପୁଅ ଓ ବୋହୁକୁ ପୋଲିସ ଖୋଜୁଛି ।










