21.1 C
Bhubaneswar
Monday, December 8, 2025
Homeଓଡିଶାବାପାର ଶବ ନେଇ ଫେରୁଥିବାବେଳେ ପୁଅ ଦୁର୍ଘଟଣାରେ ମୃତ

ବାପାର ଶବ ନେଇ ଫେରୁଥିବାବେଳେ ପୁଅ ଦୁର୍ଘଟଣାରେ ମୃତ

ମୟୂରଭଞ୍ଜ: ବାପାର ଶବ ନେଇ ଫେରୁଥିବାବେଳେ ପୁଅ ଦୁର୍ଘଟଣାରେ ମୃତ । ମୟୂରଭଞ୍ଜ ଠାକୁରମୁଣ୍ଡା ଅଞ୍ଚଳରୁ ଆସିଲା ଅଭାବନୀୟ ଖବର । ଆଉ ବାପା ଓ ପୁଅଙ୍କ ଏକ ସାଙ୍ଗରେ ମୃତ୍ୟୁ ଖବର ସାରା ପରିବାରକୁ ଭାଙ୍ଗି ଦେଇଛି ।

ସୂଚନା ଅନୁସାରେ ମିଟୁଆଣି ଗାଁର ଗୋପବନ୍ଧୁ ନାୟକ, ୩ ମାସ ପୂର୍ବରୁ ଉଚ୍ଚ ରକ୍ତଚାପ କାରଣରୁ ଅସୁସ୍ଥ ହୋଇ କଟକ ଏସିବିରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ସକାଳେ ଗୋପବନ୍ଧୁଙ୍କ ମୃତ୍ୟୁ ହୋଇଥିଲା । ବାପାଙ୍କ ଶବକୁ ଆମ୍ବୁଲାନ୍ସରେ ନେଇ ଫେରୁଥିଲେ ପୁଅ ଶୁଭପ୍ରକାଶ । ଗତକାଲି ଦିନ ୧୨ଟାରେ ପାଣିକୋଇଲି ନିକଟରେ ପାଣି ବୋତଲ କିଣି ରାସ୍ତା ପାର ହେଉଥିବାବେଳେ ଶୁଭପ୍ରକାଶଙ୍କୁ ଏକ ପିକ୍‌ ଅପ୍ ଭ୍ୟାନ୍ ଧକ୍କା ଦେଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଯାଜପୁର ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର ରାଯାଇଥିଲା। ହେଲେ କଟକ ପହଞ୍ଚିବା ପୂର୍ବରୁ ଅଧ ବାଟରେ ଚାଲିଗଲା ପୁଅ ଶୁଭପ୍ରକାଶଙ୍କ ଜୀବନ। ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking