26.1 C
Bhubaneswar
Friday, March 20, 2026
Homeଅପରାଧମା’କୁ ପିଟିପିଟି ମାରିଦେଲା ପୁଅ

ମା’କୁ ପିଟିପିଟି ମାରିଦେଲା ପୁଅ

ବାଲେଶ୍ବର : ମା’ର ପରକୀୟା ପ୍ରୀତି ହେଲା କାଳ। ଲୁଚିଛପି ପ୍ରେମ କରୁଥିବା ମା’ ଉପରେ ଅନେକ ଆଗରୁ ପୁଅର ସନ୍ଦେହ ଥିଲା। ଆଜି ଆଖି ସାମ୍ନାରେ ଦେଖିଲା ପରେ ଏହାକୁ ଦେଖି ସହ୍ୟ କରିପାରି ପାରି ନଥିଲା ପୁଅ। ମୁଣ୍ଡରେ ପୀତ ଚଢ଼ିବାରୁ ଏକ କାଠଫାଳିଆରେ ପିଟିପିଟି ମାରିଦେଲା। ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅଧୀନ ବାଘମରା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ନୀଳଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୁଅକୁ ଗିରଫ କରିଛି। ସୂଚନା ମୁତାବକ ଆଜି ଅପରାହ୍ନରେ ବାଘମରା ଗ୍ରାମର ବିଧବା କଙ୍କିମଣି ସିଂ (୪୫)ଉକ୍ତ ଗ୍ରାମର ବାୟା ନାମକ ଏକ ଯୁବକଙ୍କ ସହିତ କଥାବାର୍ତ୍ତା ହେଉଥିବା ବେଳେ ସାନପୁଅ ଦୁର୍ଗା ସିଂ (୨୪)ଦେଖିଥିଲା। ମା’ ଓ ବାୟ ଏକାଠି ଥିବାରୁ ପୁଅ ଏହାକୁ ପାପ ସଂପର୍କ ବୋଲି ସନ୍ଦେହ କରିଥିଲା। ଫଳରେ ସେ ହିତାହିତ ଜ୍ଞାନ ହରାଇ ଘରେ ପଡ଼ିଥିବା ଏକ କାଠଫାଳିଆରେ ପିଟିପଟି ନିଜ ମା’କୁ ମାରିଦେଇଥିଲା। ଘଟଣା ସଂପର୍କରେ ସ୍ଥାନୀୟ ଲୋକଙ୍କ ଠାରୁ ଅବଗତ ହେଲା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଶବ ବ୍ୟବଚ୍ଛେଦ ପାଇଁ ମୃତଦେହ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ତଦନ୍ତ ଆରମ୍ଭ କରିଛି। ନୀଳଗିରି ଏସଡିପିଓ ପ୍ରମୋଦ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ପରକୀୟା ପ୍ରୀତିରେ ଲିପ୍ତ ଥିବା ଯୁବକଙ୍କୁ ଖୋଜିବା ଆରମ୍ଭ କରିଛି। ଏହି ଅପ୍ରୀତିକର ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking