27.1 C
Bhubaneswar
Thursday, February 26, 2026
Homeଦେଶ ବିଦେଶସୋମନାଥ ମନ୍ଦିର ବୀରତ୍ୱର ସାକ୍ଷୀ: ମୋଦି

ସୋମନାଥ ମନ୍ଦିର ବୀରତ୍ୱର ସାକ୍ଷୀ: ମୋଦି

ଗୁଜରାଟ: ସୋମନାଥ ମନ୍ଦିର ଶୌର୍ଯ୍ୟ ଯାତ୍ରାରେ ସାମିଲ୍ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୋମନାଥରେ ଶୌର୍ଯ୍ୟ ଯାତ୍ରାରେ ଅଂଶଗ୍ରହଣ କରି ପ୍ରଧାନମନ୍ତ୍ରୀ ମୋଦି ମନ୍ଦିରର ସୁରକ୍ଷା ପାଇଁ ପ୍ରାଣବଳି ଦେଇଥିବା ସାହସୀ ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେଠାରେ ଜନସଭାକୁ ଉଦବୋଧନ କରି ସୋମନାଥ ମନ୍ଦିରର ଇତିହାସକୁ ମନେ ପକାଇଛନ୍ତି। ମନ୍ଦିର ପାଇଁ ପ୍ରାଣ ଆହୂତି ଦେଇଥିବା ଯୋଦ୍ଧାଙ୍କୁ ମନେ ପକାଇ କହିଛନ୍ତି ଯେ ସୋମନାଥ ମନ୍ଦିର ବୀରତ୍ୱର ସାକ୍ଷୀ। ଆମର ପୂର୍ବପୁରୁଷମାନେ ସେମାନଙ୍କର ମହାଦେବ ପାଇଁ ସର୍ବସ୍ୱ ବଳିଦାନ ଦେଇଥିଲେ। ୧୦୦୦ ବର୍ଷ ପୂର୍ବେ, ସେହି ଆକ୍ରମଣକାରୀମାନେ ଭାବୁଥିଲେ ଯେ ସେମାନେ ଆମକୁ ପରାସ୍ତ କରିଛନ୍ତି, କିନ୍ତୁ ଆଜି ମଧ୍ୟ, ୧୦୦୦ ବର୍ଷ ପରେ, ସୋମନାଥ ମହାଦେବଙ୍କ ମନ୍ଦିରରେ ଉଡ଼ୁଥିବା ପତାକା ସମଗ୍ର ବ୍ରହ୍ମାଣ୍ଡକୁ ଭାରତର ଶକ୍ତି ପ୍ରମାଣ ଦେଖାଇଛି । ଏହି ସ୍ଥାନର ପ୍ରତ୍ୟେକ କଣିକା ବୀରତ୍ୱ ଏବଂ ସାହସର ସାକ୍ଷୀ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସୋମନାଥ ମନ୍ଦିର ଟ୍ରଷ୍ଟର ସଭାପତି ଭାବରେ ମୋତେ ସୋମନାଥ ସ୍ୱାଭିମାନ ପର୍ବରେ ସକ୍ରିୟ ଭାବରେ ସେବା କରିବାର ସୁଯୋଗ ମିଳିଛି, ଏହାକୁ ମୁଁ ମୋର ବଡ଼ ସୌଭାଗ୍ୟ ବୋଲି ମନେ କରୁଛି। ଆଜି ଦେଶର ପ୍ରତ୍ୟେକ କୋଣରୁ ଲକ୍ଷ ଲକ୍ଷ ଲୋକ ଆମ ସହିତ ଯୋଗ ଦେଇଛନ୍ତି, ମୋ ପକ୍ଷରୁ ସମସ୍ତଙ୍କୁ ଜୟ ସୋମନାଥ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking