ଭୁବନେଶ୍ୱର: ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ବିସ୍ଫୋରକ ବୟାନ ଦେଇଛନ୍ତି । କହିଛନ୍ତି, ନବୀନ ବାବୁ ମୋତେ ଫୋନ କଲେ , ଗୃହରେ ଅନୁପସ୍ଥିତ ରହିବାକୁ କହିଥିଲେ । ମୁଁ ତାଙ୍କ ହିସାବରେ ଭୋଟ ଦେବାକୁ ଯାଇନଥିଲି । କିଛି ଲୋକ ନବୀନ ବାବୁଙ୍କୁ ଦେଖା କରିବାକୁ ଦେଉ ନାହାନ୍ତି । ଭୂପିନ୍ଦର ସିଂଙ୍କୁ ମଧ୍ୟ ଦେଖା କରେଇ ଦେଲେଣି । ମୁଁ ଦେଖା କରିବାକୁ ଚାହୁଁଛି ବୋଲି ନବୀନ ବାବୁଙ୍କୁ ଜଣାଇ ଦିଆଯାଉନି । ନବୀନ ନିବାସରେ ଥିବା ଆଦିତ୍ୟ ମହାପାତ୍ର ତାଙ୍କ ମାଲିକଙ୍କୁ ପଚାରୁଥିବେ । ଆମେରିକାରେ ବସିଥିବା ତାଙ୍କ ମାଲିକଙ୍କୁ ପଚାରୁଥିବେ । ନିର୍ବାଚନ ବେଳେ ପ୍ରଚାର ମଙ୍ଗ ଧରିଲେନି ନବୀନ, ଏକା ପ୍ରଚାର କଲେ ପାଣ୍ଡିଆନ । ବିଜୁ ବାବୁ ଓ ନବୀନ ବାବୁଙ୍କ ଫଟୋ ଉଠିଗଲା । ପାଣ୍ଡିଆନଙ୍କ ଫଟୋ ଲାଗିଲା ।
https://www.youtube.com/watch?v=o1N750Usd40










